STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ୟଙ୍ଗ ପସରା-୩୪

ବ୍ୟଙ୍ଗ ପସରା-୩୪

1 min
168

ବ୍ୟଙ୍ଗ ପସରାରେ ବ୍ୟଙ୍ଗ ପସରା

ଦେଖା ଦେବୁନାହିଁ କାଲିଠୁ ପରା।୧


ଅନ୍ତର ହୋଇବୁ ସବୁ ଦିନକୁ

ସେଥିପାଇଁ ସଦା ବ୍ୟଥା ମନକୁ।୨


ଆସୁଥିଲୁ ବୋଲି ହରଷ ମନେ

ଭାବି ଲେଖୁଥିଲୁ ତୁମକୁ ଧ୍ୟାନେ।୩


ତୁମର ଚାହିଦା ଯେବେରେ ଥିଲା

କବିଙ୍କର ମନ ହୃଦୟ ଖୋଲା।୪


ଆଉ ପାଇବୁନି ଦେଖି ତୁମକୁ

ବଞ୍ଚିକି ଅମର ହୁଅ ଯୁଗକୁ।୫


ତୋର ପରି କିଏ ଅଛି ଜଗତେ

ସଂସ୍କାର ଆଣିକି କରିବା ହିତେ।୬


ତୋର ନାମ ଶୁଣି ଏଠି ଜଗତେ

ଭୟରେ ଛାନିଆ ହୁଏରେ ସତେ।୭


ଲଜ୍ଜାକୁ ନ ଭାବି କରୁ ପ୍ରଚାର 

ଏଥିପାଇଁ ମୋଟେ ନାହିଁ ନଜର।୮


ବ୍ୟଙ୍ଗର ପସରା ଯାହାକୁ ଥରେ

ଝାଡି଼ ଦେଇଥାଏ ମରଇ ବାରେ।୯


ବ୍ୟଙ୍ଗ ପସରାରେ କୋଟି ଜୁହାର

ମଝିରେ ଆସିକି ବୁଣ ନିର୍ଝର।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍