STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ୟଙ୍ଗ ପସରା-୩୩

ବ୍ୟଙ୍ଗ ପସରା-୩୩

1 min
179

ମାନପତ୍ର ପାଇଁ ଡହଳ ବିକଳ

କବି କବୟିତ୍ରୀ ଆଜି

କେଉଁଠୁ ଗୋଟିଏ ହାତେଇ ନେବାକୁ

ନିତି ଚାଲିଛନ୍ତି ଖୋଜି।୧


ନିଜ ଲେଖାଟିର ମୂଲ୍ୟହୀନ ମାନ

ଥିଲେ ଥାଉପଛେ ହାତେ

ମାନପତ୍ର ଯଦି ମିଳିଗଲା ଆହା

ବିଶ୍ୱକୁ ଜିତିଲା ସତେ?୨


କବି କବୟିତ୍ରୀ ମନ ଠଉରାଇ

ସମ୍ପାଦକ ମାନେ ଆଜି

ଅର୍ଥକୁ ହାତେଇ ଗଦାଗଦା ଛାପି

ଦେଉଛନ୍ତି ମଧ୍ୟ ଖୋଜି।୩


ଆମେରେ ଏକୁଳେ ଭାରି ଆକ୍ତାମାତା

ମାନପତ୍ରଟିଏ ପାଇଁ

ମନ ଓ ବିବେକେ ଯେମିତି ଭାବୁଛୁ

ଜ୍ଞାନପୀଠକୁ ହାତେଇ।୪


ନିଶେ ତେଲ ଆଉ ଛାତିକୁ ଦେଖେଇ

ଗର୍ବ ଆଉ ଦମ୍ଭ ଭରେ

କବି କବୟିତ୍ରୀ ଏକା ନୁହେଁ ଏଠି

ସମ୍ପାଦକ ପେଟପୂରେ।୫


ଜୟଯାତ୍ରା ହେଉ ଏମାନଙ୍କ ଲକ୍ଷ୍ୟ 

ଅଜା କହିଗଲେ ଯେବେ

ନାତି ଟୋକା ଯାହା ଗର୍ବ କରୁଥିଲା

ଚିରି ଫିଙ୍ଗିଦେଲା ଏବେ।୬

      



Rate this content
Log in