STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ୟଙ୍ଗ ପସରା-୩୧

ବ୍ୟଙ୍ଗ ପସରା-୩୧

1 min
133

ବାପା ଯଦି ନିତି ପେଟେ ମଦ ପିଇ

  ଆସି ଗଣ୍ଡଗୋଳ କରେ

ପତ୍ନୀ ଯଦି ନିତି ପର ପୁରୁଷରେ

  ଶୋଇବା ବିଛଣା ଧରେ

  କାହାକୁ କହିବା କୁହ?

ଲୁଚେଇ ଲୁଚେଇ ପିଇବାକୁ ହେବ

  ବହି ଯାଉଥିବା ଲୁହ।୧


ପୁଅ ଯଦି ନିତି ହତ୍ୟା କରିବାକୁ

  ମନପ୍ରାଣ ଢାଳିଦିଏ

ଝିଅ ଯଦି ନିତି ରାତିରେ ବୁଲିକି

  ତମାମ ଦିନଟା ଶୁଏ

  କାହକୁ କହିବା କୁହ?

କୁଆଡେ଼ ଯାଉଛୁ କଅଣ କରୁଛୁ

  କହି ହେଉନିରେ ରହ।୨


ନିଜର ଲୋକଟା ଯଦି ସାପ ପରି

  ଫଣା ସଦା ଟେକୁଥାଏ

ପରକୁ ଆପଣା କରିବାଟା କେତେ

  ଯୁକ୍ତିଯୁକ୍ତ ହୋଇଥାଏ

  କାହାକୁ କହିବା କୁହ?

ସଂସାରଟା ମୋର ଉଜୁଡି଼ ଗଲାଣି

 ଆଉ ନାହିଁ ମୋଟେ ମୋହ।୩


ଘର କୁକୁରଠି ଝିଅଟିର ମୋହ

  କୁକୁଡା ମୋହରେ ପୁଅ

ସଭିଏଁ ଯେମିତି ବିଶୃଙ୍ଖଳ ଏଠି

  ନଦୀର ଯେମିତି ସୁଅ

  କାହାକୁ କହିବା କୁହ?

ଥଣ୍ଡା ପିଇବି ନା ଉଷୁମ ଲୁହକୁ

  ଘୂରେ ମନ ଚହଚହ।୪


କର୍ମର ଏ ଫଳ ଘର ପରିବାର

  ଭୋଗି ଚାଲିଛନ୍ତି ଆଜି

ଭାବୁଛନ୍ତି ମନେ ନିଇତି ଖାଉଛୁ

 ପଲାଉ ମାଉଁସ ଭୋଜି

 କାହାକୁ କହିବା କୁହ?

ଭୋକ ତ ହେଲେ ହେଁ ଖାଇବାକୁ ହେବ

  ଯଦିରେ ରୁଚିଲା ଗୁହ।୫



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍