ବ୍ୟଙ୍ଗ ପସରା-୨୦
ବ୍ୟଙ୍ଗ ପସରା-୨୦
କିଏ ଭାବିଥାଏ ଯୌବନ କାଳରେ
ଭବିଷ୍ୟତ କିଆଁ ରଖିବ ଅନ୍ଧାରେ?୧
ମନ ଛନଛନ ହା'ହୁତାସନରେ
କରିବସ କାମ ନିଚ୍ଚ ଭାବନାରେ।୨
ବୈବାହିକ ଠାରୁ ସନ୍ତାନ ଜନମ
ଭାବ କରୁଅଛ ଧରମ କରମ।୩
ସମୟର ଚକ୍ର ବଡ଼ ବଳବାନ
ଖେଞ୍ଚି କହିଥାଏ ପାଗଳ କି ଧନ?୪
ପୂର୍ବେ ଆଉ ଏବେ କରମ କରୁଛ
ଫଳ ତ ପାଇବ ଅନ୍ୟ କି ଭାବୁଛ?୫
ଦେଖୁ ଦେଖୁ ସବୁ ହୁଏ ବିପରୀତ
ନିଜର ଲୋକ କି ଭାବିଥାଏ ହିତ?୬
ମିଛର ସଂସାର ଜାଣି ବି ଭ୍ରମୁଛ
ଏହି ଜଗତରେ ମାୟାରେ ପଡୁଛ।୭
ସତ୍ୟର ପଥରେ ନ ଯାଇ କାହିଁକି
ଲୁହରେ ଗାଧୋଉ ଶାନ୍ତିଟେ ଭାବିକି ?୮
ରେ' ମୂଢ଼ ମାନବ ଜେଜି ଯା'ନିଜକୁ
ଧରମ ପଥରେ ଚାଲିଯା ଆଗକୁ।୯
ସଂସାର ହାଟଟା ବ୍ୟଙ୍ଗୋକ୍ତିରେ ଭରା
ସତ ଯାହା ଏଠି ମିଛର ପସରା।୧୦
