STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ୟଙ୍ଗ ପସରା-୧୭

ବ୍ୟଙ୍ଗ ପସରା-୧୭

1 min
146

ସବୁଦିନ ମୁହିଁ ଭଲେଇ ହେଉଛି

ଏ ଗାଆଁରେ ବଡ଼ ଲୋକ

ଲୋକ ଦେଖାଣିଆ କାମଟେ କରିକି

ହୃଦୟରେ ଦିଏ ଦକ।୧


ନାଲିଦେଖି ଦେଖି ଗର୍ଭିଣୀ ଗାଈ ବି

ଦେଖିଲେ ବାଟ କାଟନ୍ତି

ଗୁଣୀ ଆଉ ଜ୍ଞାନୀ ଏ ଗାଆଁରେ ବୋଲି

ସଭିଏଁ ମୁଣ୍ଡ ନୁଆନ୍ତି।୨


ଗାଆଁରେ ଏଥର ପଡି଼ଲା ମୋହର

ଝିଅ ବାହାଘର କଥା

ଜ୍ଜାଇଁପୁଅ ମୋତେ ଗାଡି଼ ଆଉ ଟଙ୍କା

କହି ଦେଲା ମୁଣ୍ଡେ ବ୍ୟଥା।୩


ଚହଳ ପଡି଼ଲା ସାରା ଗାଆଁଟିରେ

ଯଦି ରଖିଥାନ୍ତା ଧନ

ଝିଅଜ୍ଜାଇଁ ପାଇଁ ଦେଇ ପାରୁନାହିଁ

କାହିଁକି ଏତିକି ମନ?୪


ଭାଙ୍ଗିଲା ପ୍ରସ୍ତାବ ପୋଡି଼ଗଲା ମୁହଁ

ଚାଲି ପାରିଲିନି ଦାଣ୍ଡେ

ଛୁଆଠାରୁ ବୁଢା଼ ସଭିଏଁ ଏଥର 

କହିଗଲେ ଚାଣ୍ଡେଚାଣ୍ଡେ।୫


ଧୀଟ ଲୋକ ବୋଲି ମୁହଁ ଦେଖାଉଛି

ଧମକାଇ ଆଜିକାଲି

ଝିଅକୁ ମୋ ଘରେ ସାଇତି ରଖିଛି

କାଞ୍ଜିଟେ କରିବି ବୋଲି।୬



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍