ବ୍ୟବହାର
ବ୍ୟବହାର
1 min
592
ଗ୍ରାମାଞ୍ଚଳର କିଛି ଡାକ୍ତରଙ୍କୁ
ଜଣାନାହିଁ ବ୍ୟବହାର
ଯାହାଙ୍କ ପାଖରେ ତୁମେ ଶବ୍ଦର
ଅଭାବ ରହିଛି ଘୋର !୧!
ରୋଗୀ ସମ୍ମୁଖରେ କରନ୍ତି ସେମାନେ
'ତୁ' 'ତା' ସମ୍ବୋଧନ
ଜାଣି ପାରନ୍ତିନି ବୟସର ସୀମା
ମାନନ୍ତିନି ବଡ଼ ସାନ ।୨।
ଡାକ୍ତରଙ୍କ ପ୍ରତି ଲୋକଙ୍କ ମନରେ
ସମ୍ମାନ ରହିଛି ଭରି
କିନ୍ତୁ ରୋଗୀ ପ୍ରତି ବ୍ୟବହାର ତାଙ୍କ
ଲାଗେ ଅଶିକ୍ଷିତ ପରି ।୩।
ଜାଣି ମୁଁ ପାରୁନି ଏହା ସେମାନଙ୍କ
ଇଗୋ ନା ଆଉ କିଛି
ନା, ରୋଗୀଙ୍କୁ ହିଁ ଏଭଳି କହିବା
ପୁସ୍ତକରେ ଲେଖା ଅଛି !୪!
ବିଜୟନଗର,ଗଣିଆ,ନୟାଗଡ଼
