STORYMIRROR

jagabandhu sahu

Others

3  

jagabandhu sahu

Others

ବ୍ୟାସକବି ଫକୀରମୋହନ

ବ୍ୟାସକବି ଫକୀରମୋହନ

1 min
297

୧୮୪୩ ମସିହା ଜାନୁଆରୀ ତେରରେ

ହୋଇଥିଲ ତୁମେ ଜନ୍ମ

ଉତ୍କଳ ମାଟିର    ସୁଯୋଗ୍ୟ ସନ୍ତାନ

ଘେନ ଶ୍ରଦ୍ଧାଞ୍ଜଳି ଆମ


ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁରେ

ସେନାପତି ପରିବାରେ

ବ୍ରଜମୋହନଙ୍କ    ସୁଯୋଗ୍ୟ ସନ୍ତାନ 

ଆସିଥିଲ ମର୍ତ୍ତ୍ୟପୁରେ


ଓଡିଆ ଭାଷାର    ଯାଦୁଗର ତୁମେ

ରଚିଗଲ ଗଳ୍ପ କାବ୍ୟ

ଛ'ମାଣ ଆଠଗୁଣ୍ଠ     ଆତ୍ମ ଚରିତ

ଲେଖା ସବୁ ତୁମ ଦିବ୍ୟ


ମାମୁଁ ଗଳ୍ପସ୍ୱଳ୍ପ   ପ୍ରାୟଶ୍ଚିତ ଲାଛମା

ରଚିଗଲ ନାନା ଗଳ୍ପ

କବିତା ମାଧ୍ଯମେ   ତୁମ କୀର୍ତ୍ତି ଯଶ

ଲେଖୁ ଅଛି ଅଳ୍ପ ଅଳ୍ପ


ଇଂରାଜୀଙ୍କ ହାତେ   ଧରା ପଡିବାରୁ

ଖଟାଇ ଉତ୍ତମ ବୁଦ୍ଧି

ଲେଖି ଥିଲ ଚିଠି   ନିଜ ପରିବାରକୁ

ଭାଷାକୁ କରି ଯେ ଶୁଦ୍ଧି


ଶହେ ପାନ ସାଥେ   ଦୁଇଶହ ଗୁଆ

ଉତ୍ତରେ ଆଖୁ ବାଡକୁ

ପାଣି ବୁହାଇବ   ବୋଲି ଲେଖିଥିଲ

ସଚେତନ କଲ ସଭିଙ୍କୁ


ଶହେ ପାନ ଅର୍ଥ    ଶହେ ସୈନିକ

ଗୁଆ ଅର୍ଥ ପୁଣି ଗୁଳି

ଆଖୁବାଡ ଅର୍ଥ     ନିଜ ରାଜ୍ୟର

ସେନା ପଠାଇବ ପୁଣି



Rate this content
Log in