ବ୍ୟାସକବି ଫକୀରମୋହନ
ବ୍ୟାସକବି ଫକୀରମୋହନ
୧୮୪୩ ମସିହା ଜାନୁଆରୀ ତେରରେ
ହୋଇଥିଲ ତୁମେ ଜନ୍ମ
ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ
ଘେନ ଶ୍ରଦ୍ଧାଞ୍ଜଳି ଆମ
ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁରେ
ସେନାପତି ପରିବାରେ
ବ୍ରଜମୋହନଙ୍କ ସୁଯୋଗ୍ୟ ସନ୍ତାନ
ଆସିଥିଲ ମର୍ତ୍ତ୍ୟପୁରେ
ଓଡିଆ ଭାଷାର ଯାଦୁଗର ତୁମେ
ରଚିଗଲ ଗଳ୍ପ କାବ୍ୟ
ଛ'ମାଣ ଆଠଗୁଣ୍ଠ ଆତ୍ମ ଚରିତ
ଲେଖା ସବୁ ତୁମ ଦିବ୍ୟ
ମାମୁଁ ଗଳ୍ପସ୍ୱଳ୍ପ ପ୍ରାୟଶ୍ଚିତ ଲାଛମା
ରଚିଗଲ ନାନା ଗଳ୍ପ
କବିତା ମାଧ୍ଯମେ ତୁମ କୀର୍ତ୍ତି ଯଶ
ଲେଖୁ ଅଛି ଅଳ୍ପ ଅଳ୍ପ
ଇଂରାଜୀଙ୍କ ହାତେ ଧରା ପଡିବାରୁ
ଖଟାଇ ଉତ୍ତମ ବୁଦ୍ଧି
ଲେଖି ଥିଲ ଚିଠି ନିଜ ପରିବାରକୁ
ଭାଷାକୁ କରି ଯେ ଶୁଦ୍ଧି
ଶହେ ପାନ ସାଥେ ଦୁଇଶହ ଗୁଆ
ଉତ୍ତରେ ଆଖୁ ବାଡକୁ
ପାଣି ବୁହାଇବ ବୋଲି ଲେଖିଥିଲ
ସଚେତନ କଲ ସଭିଙ୍କୁ
ଶହେ ପାନ ଅର୍ଥ ଶହେ ସୈନିକ
ଗୁଆ ଅର୍ଥ ପୁଣି ଗୁଳି
ଆଖୁବାଡ ଅର୍ଥ ନିଜ ରାଜ୍ୟର
ସେନା ପଠାଇବ ପୁଣି
