STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ଯଙ୍ଗ ପସରା

ବ୍ଯଙ୍ଗ ପସରା

1 min
195


ଜଙ୍ଗଲ ଜଳିଲେ ହୂତାସନ ହୋଇ

ଫଟୋଟେ ଉଠେଇ ଦେଉ

ଫେସବୁକ୍ ଆଉ ହ୍ବଟସ୍ ଆପରେ

ପଠେଇ ଖୁସିଟେ ହେଉ।


ଜଳିପୋଡି଼ ଯାଉ ଚିନ୍ତା ହିଁ ନ ଥାଏ

ଲୋକ ଦେଖାଣିଆ ଏହା

ଭଲେଇ ହେଉଛୁ ନିଆଁ ଲିଭେଇଲୁ

ଜଗତ ନ ଜାଣେ ତାହା।


ଏହା ହିଁ ଆମର ମାନସିକ ରୋଗ

ସୁସଂସ୍କୃତ ହେବା କିଆଁ 

ସଂସାର ହାଟଟା ଏମିତି ଛାଲୁଛି

ସବୁବେଳେ ଖାଆଁଖାଆଁ।


ରହିଛି ନୀଚ୍ଚତା ହୃଦୟେ ଆମର

ଦୁଃଖ ନାହିଁ ବଞ୍ଚାଇବା

ମିଛରେ ମିଛରେ କୁମ୍ଭୀର କାନ୍ଦଣା

ଏଠି ଯେତେ ସବୁ ଯୁବା।


ଜଙ୍ଗଲ ଜୀବନ ବୋଲି ଆଜିଯାଏ

କେହି ନ ବୁଝିଲୁ ଜାଣି

ଯିଏ ଯୋଗାଉଛି ସବୁ ଆବଶ୍ଯକ

ଖାଦ୍ଯ ବାସଗୃହ ପାଣି।


କୋଟିଏ ହାଣୁଛୁ ଗୋଟିଏ ଗଛକୁ

ନ ଲଗାଉ କେହି ଜଣେ

ଏବେ ତ ଜଙ୍ଗଲ ଜଳାଇ କୃତାର୍ଥ

ହୁଏ ଆମ ପ୍ରତି ପ୍ରାଣେ।।


ସାବଧାନ ହେବା ହେ ଭାଇ ଭଉଣୀ

ଆସନ୍ତୁ ଜଙ୍ଗଲ ପାଇଁ

ବଞ୍ଚିବାକୁ ହେଲେ ସୁରକ୍ଷା ସକାଶେ

କର୍ମରେ ଯିବାରେ ଧାଇଁ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍