STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ଯଙ୍ଗ ପସରା

ବ୍ଯଙ୍ଗ ପସରା

1 min
109


ଦେଖେଇ ହେବାଟା ନିଶା ଆଜିକାଲି

ବିଦେଶୀ ସଂସ୍କୃତି ଦେଖି

ପୋଡି଼ ଖାଇଦେଇ ସ୍ବରାଜ୍ଯର ଚିତ୍ର

ଯେମିତି ଅନନ୍ତ ସୁଖୀ।୧

ଭୋଜି ମହୋତ୍ସବେ ଆସନ ପଡୁନି

ବଫେ କାଳେ ଦିଏ ଶାନ୍ତି

ଭାତ ଡାଲି ଆଉ ତରକାରୀ ଛାଡି

ବିରିଆନି ପ୍ରେମେ ଯା'ନ୍ତି।୨

ଆମ୍ବ ତୋରଣଟା ସୁନ୍ଦର ଦିଶୁନି

ଛିଣ୍ଡା କପଡା଼ରେ ମନ

ଧୂଳି ମଳି ଯେତେ ଲାଗିଥିଲେ ସୁଦ୍ଧା

ତାକୁ ଟାଣି ହେଉ ଧନ୍ଯ।୩

ହଜିଗଲା ଆଜି ବାଜାର ରୋଷଣୀ

ଡିଜେ ନେଇଗଲା ସବୁ

ଶଙ୍ଖ ହୁଳହୁଳି ତୁଣ୍ଡରେ ଧରୁନୁ

ମାଇକ କରିଛି କାବୁ।୪

ହେ ଭାଇ ଭଉଣୀ ଓଡି଼ଆ ସଂସ୍କୃତି

ରକ୍ଷା ତ କରିବା ଏବେ

ନ ହେଲେ ସଂସାରୁ ନିଶ୍ଚିହ୍ନ ହୋଇବ

ଖୋଜିଲେ ପାଇବା କେବେ?୫

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍