STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବ୍ଯଙ୍ଗ ପସରା

ବ୍ଯଙ୍ଗ ପସରା

1 min
243

ନାରୀଙ୍କର ପାଇଁ ସରକାର ଆଜି

ଟେକିଲେ ସରଗପୁର

ସବୁରି କ୍ଷେତ୍ରରେ ଆଗୁଆ ହେବାରୁ

ଆନନ୍ଦେ ଆଖିରୁ ଝର।


କୃତାର୍ଥ ଯେ'ଦିନୁ ନାରୀ ହୋଇଲାଣି

ପୁରୁଷଙ୍କୁ ନୀଚ୍ଚମଣେ

ପ୍ରତିଟି କଥାକୁ ଖଣ୍ଡନ କରିକି

ରକତ ନିଇତି ଟାଣେ।


ରୋଷେଇ ସହିତ ବେଲା ଆଉ କଂସା

ମାଜୁଛି ପୁରୁଷ କାନ୍ଦି

ଭାବୁଛି କାହିଁକି ନାରୀର ମୋହରେ

ହୋଇଗଲି ମୁହିଁ ଛନ୍ଦି ।


ନାରୀ ବୁଲିଯିବ ସନ୍ଧ୍ଯାରେ ବଜାର

ଗୁପଚୁପ୍ ମଜା ପାଇଁ

ପୁରୁଷ ପୁତ୍ରକୁ କ୍ଷୀର ପିଆଇବ

ରାତିକୁ ମଧ୍ଯ ରୋଷେଇ।


ପୁରୁଷ ବନ୍ଧୁଙ୍କୁ ଧରି ବୁଲୁପଛେ

କହିବନି କିଛି ଯଦି

ଭଲ ହିଁ ରହିବ ପତିପତ୍ନୀ ହୋଇ

ନ ହେଲେ ଫିକର ଫନ୍ଦି।


ଛାଡପତ୍ର ସହ କୋର୍ଟର ଧମକ

ନାଲିଆଖି ଦେଖାହେବ 

ଲୁହ ଝରଝର ବହିଯାଉ ପଛେ

ନିରନ୍ତର ଚୁପଥିବ।


ହେ ପୁରୁଷ ଜାତି ସାବଧାନ ହୋଇ

ଯଦି ନ ଚାଲିବ ଆଜି

ତିଷ୍ଠିବା ହେବନି ଆଧୁନିକ କାଳେ

ଯିବରେ ନିଆଁରେ ଭାଜି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍