STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ଯଙ୍ଗ ପସରା

ବ୍ଯଙ୍ଗ ପସରା

1 min
121


ଝିଅଙ୍କର ଦେଖି ମୁଣ୍ଡ କେଶକଟା

ପୁରୁଷ ମାନେ ବି କଲେ

ଜକଜକ ସହ ପ୍ରସିଦ୍ଧ କୁଆଡେ଼

ବିଶ୍ବ ଦରବାରେ ଝୁଲେ।୧

ସାମ୍ପୁକୁ ଲଗେଇ ଫୁରୁଫୁରୁ କେଶ 

ଉଡେ଼ଇ ବୁଲିଲେ ନାରୀ

ଦେଖି ଏ ପୁରୁଷ ସମ୍ଭାଳି ନ ପାରି

ମନ ତାଙ୍କ ହେଲା ଘାରି।୨

ପାର୍ଲରକୁ ଯାଇ ନିଜର କେଶକୁ

କାଟିବା ଆରମ୍ଭ କଲେ

ପଛ କେଶ ସବୁ ମୂଳୁସଫା କରି

ଆଗ କେଶ ରଖିଦେଲେ।୩

କେଶକୁ ଯତ୍ନରେ ରବର ସାହାଯ୍ଯେ

ବେଣୀ ବାନ୍ଧିଦେଲେ ଯେବେ

ସଗର୍ବେ ନିଜର ମନ ଗହନକୁ

ଉଡାଇଲେ ଦେଖ ଭବେ।୪

ନାରୀ ପୁରୁଷଙ୍କ ଏହି ଲୀଳାପାଇଁ

ସଂସ୍କୃତି ଅଧୋଃପତନ

କେଜାଣି ଆଗକୁ ସୁଧାର ଆଣିବା

ଆଉ କି ହୋଇବ ମନ?୫

ଚଳଚ୍ଚିତ୍ରେ ଯିଏ ଅଭିନୟ ଅବା

ଫୁଟବଲ କ୍ରିକେଟ ଦଳ 

ଅଣ୍ଟା ହଲେଇଲେ ଝରିବ ସମ୍ପଦ

ନୀଚ୍ଚତାର ବହେ ଝୋଳ?୬

          ***



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍