STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବ୍ଯଙ୍ଗ ପସରା

ବ୍ଯଙ୍ଗ ପସରା

1 min
291


ଅଜାଙ୍କର କେଶ ଧଳା ହୋଇବାରୁ 

ମନ ହୋଇଗଲା ଊଣା

ମୁଣ୍ଡେ ହାତ ଥୋଇ ଲୁହ ଗଡେ଼ଇଲେ

ପତ୍ନୀ କାଳେ ବାଟବଣା?୧

ନାତି ବୁଝିଗଲା ଅଜାଙ୍କର ମନ

ନେଲା ପାର୍ଲର ପାଖକୁ

କେଶ ଓ ନିଶକୁ ରଙ୍ଗେ ସଜେଇଲା

ଯେମିତି ଅଠର ତାକୁ।୨

ଆଈଙ୍କ ସାମ୍ନାରେ ଅଜା ଠିଆ ହେଲେ

ମୋଡି଼କି ନିଶ ତାହାର 

ଆଈ ଡରିଗଲେ ଯୁବକକୁ ଦେଖି

ଠେଲିଲେ ରାଗି ସତ୍ତ୍ବର।୩

ପଡି଼ଗଲେ ଅଜା ମୁଣ୍ଡ ଫାଟିଗଲା

କହିଲେ ତୋର ଗେରସ୍ତ

ଚିହ୍ନି ନ ପାରିକି ମାରିଦେବୁ କିଲୋ

ପଣ କରିଛୁ କି ସତ?୪

କାଳୀଙ୍କର ପରି ଆଈ ହାତେ ଜିଭ

ବାହାର କରି କାନ୍ଦିକି

ଡାକ୍ତର ଦେଖାଇ ଭଲ କରିଦେଲେ

ଆଣିଲେ ଖର୍ଚ୍ଚ କରିକି।୫

ଅଜା ବୁଝିଗଲେ ପ୍ରକୃତି ତାହାକୁ

ସୁନ୍ଦର ଯା'କରିଥିଲା

ଅସଲ ଚେହେରା ଅପ୍ରାକୃତ ପାଇଁ

ଦଣ୍ଡ ତାକୁ ମିଳିଗଲା।୬

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍