STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ଯଙ୍ଗ ପସରା

ବ୍ଯଙ୍ଗ ପସରା

1 min
248


ସମାଜକୁ ଏବେ କଳୁଷିତ ପାଇଁ

ଆସିଛି ପିନ୍ଧିବା ଲୁଗା

ଭାବୁଥାଉ ନିଜେ ପିନ୍ଧିଛି ଦେହକୁ

ଦେଖାଯାଉ ସବୁ ଜାଗା।


ଯାହାକୁ ଲୁଚାଇ ରଖିବା ପାଇଁକି

ଦିନେ ଯା'ର ଚିନ୍ତାଥିଲା

ଆଜି ବିପରୀତ ହୋଇଲା ସଂସାର

ଭଲା ଆଧୁନିକ ହେଲା।


ଧର୍ଷଣ ଶୋଷଣ ବଢି଼ବାର ଏହା

ମାର୍ଗଟେ ବାହାରି ଗଲା

ତଥାପି ଜାଣିକି ଅଜଣା ସଦୃଶ

ସେ'ପଥେ ଯାଉଛୁ ଭଲା ?


ବଡ଼ ଲଜ୍ଜାକର ଦୁନିଆ ହାଟଟି

ତଥାପି ଖାତିର ନାହିଁ

ଜଣେ କିଆଁ କଲା ଶହେ ସମ୍ଭାଳିବୁ

ଥାଉ ଧର୍ଷଣକୁ ଚାହିଁ।


ଧର୍ଷଣ ପଛରେ ଭଲେଇ ହୋଇକି

ଗଣ ମାଧ୍ଯମକୁ ଯାଉ

କହିଥାଉ ସିଏ ଧର୍ଷଣ କରିଲା

ନିଜ ଦୋଷ ପଛେ ଥାଉ।


ଶୃଙ୍ଖଳିତ ପାଇଁ ସଚେତନ ହେଲେ

ଭଲରେ ବଞ୍ଚିବା ସବୁ

ଝିନ ବସନକୁ ମନୁ ଫିଙ୍ଗିଦେଇ

ସୂତାକୁ କିଆଁ ନ ଭାବୁ?


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍