STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବ୍ଯଙ୍ଗ ପସରା-୮

ବ୍ଯଙ୍ଗ ପସରା-୮

1 min
329


ଆଧୁନିକଯୁଗ କି'କଲାରେ ଆସି

ସଭିଙ୍କୁ ବାଇଆ ପରି

କାମନା ଜ୍ବାଳାରେ ଢଳଢ଼ଳ ହୋଇ

ମହୁକୁ ପକାଏ ଘୂରି।


କାମନା ଜ୍ବାଳାଟା ବିଷ ହୋଇଯାଏ

ସନ୍ଦେହ ଘେରକୁ ଯେବେ

ଆସିଗଲେ ତାର ଘର ପରିବାରେ

କଳି ସଦା କରିଯିବେ।


ସନ୍ଦେହ କରିବ ପରିବାର ଅବା

ସମାଜ ରାଷ୍ଟ୍ର କି ଆଜି

ସବୁ ଜାଣି ସୁଦ୍ଧା ମଣିଷ ହୃଦୟ

କାମନାରେ ପଡେ଼ ଭାଜି।


ଶୃଙ୍ଖଳିତ ତାର ଦେହ ଆଉ ମନ 

ହୁଏନା ପଡି଼ଲେ ଫାଶେ

କାମନାକୁ ଧରି ଦୋଳି ଖେଳିଖେଳି

ସନ୍ଦେହ ଜାଲରେ ଫଶେ।


ଯେତେବେଳେ ତାର ଅସଲ ଚେହେରା

ପୂରା ପଡି଼ଯାଏ ଧରା

ଆତ୍ମହତ୍ଯାକୁ ସେ ଆପଣେଇ ଥାଏ

ଆଉ ବି ନ ଥାଏ ଚାରା।


ସମ୍ଭାଳି ନିଅରେ ମନ ପକ୍ଷୀଟିର 

ଉଦ୍ଭଟ ଚିନ୍ତା ହୃଦରୁ

ସନ୍ତୋଷ ପାଇଁକି ତ୍ଯାଗ ଓ ତିତିକ୍ଷା

ଶରୀରରୁ ଦିଅ ଢାଳି।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍