STORYMIRROR

SUKANTA KHANDA

Others Children

3  

SUKANTA KHANDA

Others Children

ବ୍ଯଙ୍ଗ ପସରା-୭

ବ୍ଯଙ୍ଗ ପସରା-୭

1 min
199


ଆଧୁନିକ ଆଉ ବୈଜ୍ଞାନିକ ନାମେ

ଆଗକୁ ଯାଉଛୁ ଭାବୁ

ନଳକୂପ ପରେ ବରୱେଲ ଖୋଳି

ଈଷ୍ଟଙ୍କୁ କରୁଛୁ କାବୁ।୧ ।


ବିଶୁଦ୍ଧ ଜଳକୁ ପିଉ ଭାବୁଅଛୁ

ଈଷ୍ଟ ବିରୁଦ୍ଧରେ ଯାଇ

ଶୋଷଣ କରୁଛୁ ଅପର୍ଯ୍ଯାପ୍ତ ହେତୁ

ସେ ପାଇଁ ତ ହାଇଁପାଇଁ।୨।


ହାହାକାର ଆଜି ପଡି଼ଲାଣି ହୁରି

ଜଳଜଳ ହେଉଅଛୁ

ତଥାପି କାହିଁକି ବୁଝିକି ବୁଝୁନୁ

ସୁରକ୍ଷା କି ଚାହୁଁଅଛୁ?୩।


ଧୀଟ ଲୋକ ପରି ଜଳ ଶୋଷୁଅଛୁ

ପେଟ ପୂରୁନାହିଁ ଯମା

ଭଲେଇ ହୋଇକି କାନ୍ଦୁଅଛୁ ସିନା

ଯାଇପାରୁ ଦିନେ କୋମା।୪।


ବୁଝିବା ସଭିଏଁ ଭବିଷ୍ଯକୁ ଦେଖି

ଜଳପରା ହିଁ ଜୀବନ

ଜଳକୁ ହେୟରେ ଯଦ୍ଯପି ଦେଖିବା

ଯଥାଶୀଘ୍ର ଯିବ ପ୍ରାଣ।୫।


ବଲବଲ କରି ଚାହିଁ ରହିଥିବା

ବିନ୍ଦୁଏ ଜଳର ବିନା

ଚାଲିଯିବ ପ୍ରାଣ ଅକାଳରେ ଆଜ୍ଞା

ତୁଣ୍ଡ ହୋଇପାରେ ଖନା।୬।


ଜଳ ସଂରକ୍ଷଣ ଆସନ୍ତୁ କରିବା

ଆମର ଜୀବନ ପାଇଁ 

ଅତି ଦରକାର ଜୀଇଁବା ସକାଶେ

ନ ହେଲେ ଧ୍ବଂସରେ ଭାଇ?୭

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍