STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବ୍ଯଙ୍ଗ ପସରା-୨୮

ବ୍ଯଙ୍ଗ ପସରା-୨୮

1 min
309


ଧରମ ନାମରେ ଉଡା଼ଉ ବାନା

ହିନ୍ଦୁ ମୁସଲିମ ଓ ବୌଦ୍ଧ ସିନା।


ଖ୍ରୀଷ୍ଟିଆନ ଆଉ ଜୈନ୍ଯ ଯେତେ

ନିଜକୁ ଭାବୁଛୁ ଉଚ୍ଚରେ ହାତେ।


ସବୁ ଧରମରେ ନୀଚ୍ଚ ଭରିଛି 

ଏ ଆମ ଧରମେ ସ୍ବଚ୍ଛତା ଅଛି।


ଧରମ ତ ଅଟେ ପୋଖରୀ ଜଳ

କିନ୍ତୁ ଭିନ୍ନ ପଥେ ଧରୁଛୁ ଥାଳ।


ଏଠି ପୋଖରୀର ପୂରୁବ ପଟ

କିଏ ବା ପଶ୍ଚିମେ ଯାଇକି ନାଟ।


ଦକ୍ଷିଣେ ଉତ୍ତରେ ଦଶର ଦିଗେ

ଜଳ ଆଣିବାକୁ ଯାଉଛୁ ଆଗେ।


ଲକ୍ଷ୍ଯ ଆମ ମାତ୍ର ଜଳକୁ ଧରି

ବ୍ଯବହାର ସହ ବଞ୍ଚିବା ଜାରି।


ଯଦି ଜଳ ଅଟେ ଈଶ୍ବର ଆଲ୍ଲା

କାହିଁକି କରୁଛୁ ଏଠି ହୋ ହୋଲ୍ଲା।


ଜଳ ହିଁ ଈଶ୍ବର ଯଦିରେ ସତ୍ଯ

ଭ୍ରମତାକୁ ଦୂରୁଁ ଫିଙ୍ଗିଲେ ହିତ।


ଆସରେ ସରବେ ଭଉଣୀ ଭାଇ

ଐକ୍ଯତା ସୂତ୍ରରେ ଧରମେ ଯାଇ।


ନିଜର ଦେଶର ଉନ୍ନତି ଆଣି

ଗରବ ହୃଦରୁ ଫିଙ୍ଗିବା ଜାଣି।


ଯଦି ସବୁର ହିଁ ଗୋଟିଏ ସତ୍ଯ

ସେହି ସତ୍ଯ ହେଉ ଆମର ମିତ୍ର।


କିନ୍ତୁ ବିଭାଜନ ହୋଇକି ଆମେ 

ହିଂସା ଅସୂୟା କି ଆମ ଧରମେ ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍