STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ଯଙ୍ଗ ପସରା-୨୪

ବ୍ଯଙ୍ଗ ପସରା-୨୪

1 min
201


ଆଜି ମୁଁ ସଂସାରେ ନିଜକୁ

ସାହାଯ୍ଯ କରେନି କାହାକୁ ?


ସ୍ବାର୍ଥରେ ବାଧାଟା ଆସିଲେ

ଜାଣିଥାନ୍ତୁ ନ ଛାଡେ଼ ଭଲେ।


ମାରିବାକୁ ହାତ ଯାଉଛି

ରକ୍ତର କଥା ନ ଭାବିଛି?


ଆପଣା ସ୍ବାର୍ଥରେ ରହୁଛି

ନିଜେ ଓ ଅନ୍ଯକୁ ମାରୁଛି।


ଜଡ଼କୁ ତ ହୀନ ଦୃଷ୍ଟିରେ

ଆଲୋକ ପବନ ପାଣିରେ।


ବିଷ କରୁଅଛି ସଂସାର

ଭାବେନି କେ'ନୁହେଁ ନିଜର।


ଭାଇ ବନ୍ଧୁ ତୁମେ ହେ ସଖା

ମୋ ପରିକି ତୁମ ବେଉସା ?


ପରସ୍ପର ସୁଖ ଦୁଃଖରେ

ଚାହେଁନି ଭବିଷ୍ଯ ଶାନ୍ତିରେ।


ନ କରି ଜଗତ କଲ୍ଯାଣ

ହେଉପଛେ ନିଜ ମରଣ।


ହିଂସାରେ ପଛକେ ମରିବି

ସୁଖକୁ କାହିଁକି ବାଣ୍ଟିବି?


         



Rate this content
Log in