STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ଯଙ୍ଗ ପସରା-୨୩

ବ୍ଯଙ୍ଗ ପସରା-୨୩

1 min
132


  କହିଲେ କହିବ କହିଲା

ଆଜିକାଲି ଦେଖ ପୂରା ବିପରୀତ

  ସଂସାରେ ଘୋଟିକି ବସିଲା

  କହିଲେ କହିବ କହିଲା।


  ବାପାଙ୍କ ଧୋତିଟା ଛିଣ୍ଡିଲା

ମାଆଙ୍କର କିନ୍ତୁ ବାକ୍ସରେ ପୂରିଛି

  ସୁରଭି ପରିକା ବାସିଲା

  କହିଲେ କହିବ କହିଲା।


  ନିଇତି କରମ ଜୁଟିଲା

ଖରା ବର୍ଷା ଶୀତ ଖଟିଖଟି ସୁଦ୍ଧା

  କହନ୍ତିନି ଥକି ପଡି଼ଲା

  କହିଲେ କହିବ କହିଲା।


  ଖଟିଖଟି ଆସି ବାଟିଲା

ବେସର ସହିତ ମାଛ ଝୋଳ କରି

  ସଭିଙ୍କୁ ଆନନ୍ଦେ ଖୋଇଲା

  କହିଲେ କହିବ କହିଲା।


  ନୂଆ ଲୁଗା ମାଆ ପିନ୍ଧିଲା

ଏଘର ସେଘର ବିଲେଇ ପରିକା

  ବୁଲିକି କରୁଅଛି ପାଲା

  କହିଲେ କହିବ କହିଲା।


  ମାଆ ଖୁସି ନିତି ହୋଇଲା

ଏହିପରି ପତି ଭାଗ୍ଯଥିଲେ ମିଳେ

  ଭାବିକି ହାତକୁ ଯୋଡି଼ଲା

  କହିଲେ କହିବ କହିଲା।

         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍