STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବ୍ଯଙ୍ଗ ପସରା-୨୧

ବ୍ଯଙ୍ଗ ପସରା-୨୧

1 min
304



ଯେମିତି ସେନେମା ପଡି଼ଲା

ନାତିଟି ଉଚ୍ଛନ୍ନ ହୋଇଲା।୧

ଅଜାଙ୍କୁ ସାଙ୍ଗରେ ଧରିଲା

ଯାଇକି ଟିକେଟ କାଟିଲା।୨

ଅଜା ଭାବିଥିଲେ ଧର୍ମର

ବିଷୟଟା ଥିବ ଆଜିର।୩

ସାମାଜିକ ଥିଲା ବିଷୟ

ପୁଙ୍ଗୁଳା ଦେଖିକି ଅଥୟ।୪

ଖପା ହୋଇଗଲେ ଅଜାଟି

ଲାଖି ନ ରହିଲା ମନଟି।୫

ପଳେଇ ଆସିଲେ ଘରକୁ

ପଠେଇଲେ ନିଜ ପୁଅକୁ।୬

ପୁଅ ଯାଇ କହେ ହଇରେ

ଟଙ୍କାକୁ ଉଡ଼ଉ କାହିଁରେ?୭

ଫେରିଲା ବାପାଙ୍କ ସାଙ୍ଗରେ

ବନ୍ଦୀ ରହିଗଲା ଆଜିରେ।୮

ବୁଲି ପାରିଲାନି କୁଆଡେ଼

ସାଙ୍ଗସାଥୀ ଅବା ଗାଁ'ଦାଣ୍ଡେ।୯

ଅନୁତାପେ କହେ ନିଜକୁ

କାହିଁକି ନେଲି ମୁଁ ଅଜାଙ୍କୁ?୧୦

         


Rate this content
Log in