STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବ୍ଯଙ୍ଗ ପସରା-୧୨

ବ୍ଯଙ୍ଗ ପସରା-୧୨

1 min
330


ଅକାଳ କୁଷ୍ମାଣ୍ଡ ମୁର୍ଖ ଲୋକଟିର

ବୟସ ହୋଇଲା ଯେବେ

ବିବାହ କରିବ ମନ ଛନଛନ

ଶିଖେଇ ଦେଲା କେ'ଭବେ।


ସାକ୍ଷାତ ସମୟେ ଝିଅକୁ କହିଲା

ଭଲ ପାଠ ପଢି଼ଅଛ 

ଆମର ଗାଆଁକୁ ବୋହୂ ହୋଇଗଲେ

ଚାକିରି ହେବ ଜାଣିଛ।


ଦରକାର ଅଛି ପାଠୁଆ ବୋହୂଟେ

ସଭିଙ୍କର ଇଚ୍ଛା ଆହା

ସେ'ପାଇଁ ଆସିଛି ତୁମର ପାଖକୁ

ଶୀଘ୍ର ହୋଇଯିବା ବାହା।


ତୁମର କାଗଜ ପତ୍ରକୁ ଦିଅ ତ

ସାଙ୍ଗରେ ନେବି ଭାବିଛି

ଆପ୍ଲାଇ କରିବି ବିବାହ ପୂର୍ବରୁ

ଏଇ ଆଶା ହୃଦେ ଅଛି।


ଏ ମୂର୍ଖ କଥାରେ ସତେକି ଯେମିତି

ଚାକିରି ଅଛି ଗାଆଁରେ

ଗଦାଗଦା ବୋଧେ ଚାକିରି ଫଳୁଛି

ଯେମିତି ଝରଣା ଝରେ।


ମୂର୍ଖ ଯୁବକଟି ଭଗ୍ନ ମନୋରଥେ

ଫେରିଲା କାନକୁ ମୋଡି଼

ଶିଖେଇବା କଥା କାମ କଲା ନାହିଁ

ରହିଗଲା ଅଭିଆଡି଼।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍