STORYMIRROR

SUKANTA KHANDA

Others

2  

SUKANTA KHANDA

Others

ବ୍ଯଙ୍ଗ ପସରା-୧୧

ବ୍ଯଙ୍ଗ ପସରା-୧୧

1 min
66

ସୁନ୍ଦରୀ ଦେଖିକି ଲୋଭରେ ମୁହିଁ

ବାହା ହୋଇଗଲି କିଛି ନ ଚାହିଁ।୧

ଚଉଠି ରାତିରେ ଜଗେଇ ଘର

ଚାଲିଗଲା ସିଏ କ୍ଲବର ଘର।୨

ରାତି ଅଧେ ଆସି କହିଲା ମୋତେ

ଥକ୍କା ଲାଗୁଅଛି ଜଙ୍ଘଟା ସତେ।୩

ଘଷିଦିଅ ଯଦି ପାଉଛ ଭଲ 

ଓଠେ ଚୁମା ଦେଇ କରିଲା ଗେଲ।୪

ଘଷିମାଜି ଦେଲି ଗୋଡ଼ରୁ ମୁଣ୍ଡ

ଶୋଇଲା ଯେମିତି କାଠର ଗଡ଼।୫

ଶୋଇଥିଲା ନେଲି ଚାହା ପାଖକୁ

ଅଧୁଆଁ ମୁହଁରେ ପିଇଲା ତାକୁ।୬

ଗାଧୋଇଲା ନାହିଁ ଖାଇଲା ଭାତ

ପାଞ୍ଚଟା ବେଳରେ ଗାଧୋଇ ସେତ।୭

ଚାଲିଲା କ୍ଲବକୁ ନିତି ଯେପରି

ଫେରିଲା ଯେମିତି ଆନନ୍ଦ ଜାରି।୮

ବରଷେ ହେଉଣୁ ଦେଲା ଛୁଆଟେ

ଦିନେ ହେଲେ ମୁହିଁ ଛୁଇଁନି ମୋଟେ।୯

ବାପା ହୋଇଗଲି ବିନା ମୂଲ୍ୟରେ

ମୋର ପରି କିଏ ଅଛ କୁହରେ?୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍