STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ଯଙ୍ଗ ପସରା-୧୦

ବ୍ଯଙ୍ଗ ପସରା-୧୦

1 min
152


ବାହା ହେବି ବୋଲି ମନସ୍ତ କରି

ଦେଖିବାକୁ ଦିନେ ଗଲି ମୁଁ ଘୂରି।


ଦେହ ଆଉ ମନ ତଣ୍ଟି ମୋ ଶୋଷ

ପ୍ରଥମ ଦେଖାରୁ ହେବି ସନ୍ତୋଷ।


ଜଳଖିଆ ଦେଇ ବସାଇ ଦେଲେ

ସାକ୍ଷାତ ହୋଇବ ଆମର କାଳେ।


ଚାଲି ଆସିଲା ସେ ବିନା ସଙ୍କୋଚେ

ଆଉ ଦୁଇ ଝିଅ ତା'ପଛେ ପଛେ।


କାହାକୁ ଭାବିବି ବାହା ହେବାକୁ

ଜାଣି ନ ପାରିଲି ନିଜେ ନିଜକୁ।


ଯାହାକୁ ହେବି ମୁଁ ଆଗକୁ ବାହା

କହିଲା ରୋଷେଇ ଜାଣିଛ ଚାହା।


ଯଦି ବାହା ହେବ ରୋଷେଇ କରି

ପରଷିବ ମୋତେ ପ୍ରଭାତୁ ଜାରି।


ମୋର ଲୁଗାପଟା ସଫା କରିବ

ଛୁଆ ହେଲେ କ୍ଷୀର ପିଆଇ ଦେବ ।


ଯଦି ନ ପାରିବ ହେବିନି ବାହା

ଫେରିଯାଅ ଏଠୁ ସୁଖରେ ତାହା।


ତଣ୍ଟି ଅଠାହେଲା ଆସିଲି ଫେରି

ବାହା ହେବି ନାହିଁ ଶପଥ ଧରି।


କଳିଯୁଗ ଅଟେ ବିପରୀତକୁ

ଯଦି ବାହାହେବି ଭାବେ ନିଜକୁ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍