STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ଯଙ୍ଗ ଦରବାର

ବ୍ଯଙ୍ଗ ଦରବାର

1 min
153


ସ୍ବାମୀ ଠାରୁ ବଡ଼ ଧରମ ଭାଇ

ଯୁଆଡେ଼ ଯାଏ ସେ ସାଙ୍ଗରେ ନେଇ।୧

ସଞ୍ଜର ଭ୍ରମଣ ଅବା ହୋଟେଲେ

ସ୍ବାମୀ ପାଖେ ଥିଲେ କନ୍ଦଳ ଚାଲେ।୨

କୁକୁରଠୁ ହୀନ ସ୍ବାମୀ ତା'ପାଖେ

ଧରମ ଭାଇଟା ବସାଏ କାଖେ।୩

ମେଘ ସବାରୀରେ ବୁଲାଇ ଆଣେ

ସରଗୁ ଅମୃତ ଖୋଜିକି କିଣେ।୪

ଭାଇ ରାଜପୁଅ ସ୍ବାମୀ କୁକୁର

ସାଙ୍ଗରେ ଥିବ ତ ଅଇଁଠା ଧର।୫

ଭାରି ହିଁ ସୁଠାମ ଧରମ ଭାଇ

ବଳରେ ହାତୀବି ହଟି ଯିବଇଁ।୬

ସ୍ବାମୀ ବୋଲି ମୋଟେ ଗରବ ନାହିଁ

ଅରଥକୁ ଦେଖି ପଡି଼ଛି ଚାହିଁ।୭

ଆଜିର ସମାଜେ ଏମିତି ଚାଲେ

ବିରୋଧ କରିଲେ ପଡି଼ବ ଖାଲେ।୮

ସରକାର ଯେବେ ନାରୀ ସପକ୍ଷେ

କଅଣ କରିବ ସ୍ବାମୀ ତା'ପାଖେ।୯

ସ୍ବାମୀଟେ ହୋଇକି ନିଜେ ପଡି଼ଥା

ଚରିବୁଲି ଖାଉ ପତ୍ନୀ ଜାଣିଥା।୧୦

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍