ବଉଳ ଫୁଲ
ବଉଳ ଫୁଲ
ବଉଳ ଫୁଲ ର ମହକ ଭାରି,
ମନ ମୋହି ନିଏ ଡେରି ନକରି।
ବଉଳ ଫୁଲ ଧୋବ ଫରଫର,
ଦିଗ ଚହଟଇ ବାସରେ ତାର।
ଓଡିଆ ଜାତିର ପର୍ବ ପର୍ବାଣୀ,
ବଉଳ ଅମାବାସ୍ଯା ଗୋଟିଏ ପୁଣି ।
ବଉଳ କେବଳ ନୁହଁଇ ଫୁଲ,
ଝିଅ ଙ୍କ ଭିତରେ ସମ୍ପର୍କ ଭଲ।
ଫଗୁଣ ମାସରେ ବଉଳ ହସେ,
ତା'ର ସୁବାସରେ ଜଗତ ବାସେ।
ମଧୁର ତାହାର ମହକ ରାଶି,
ସମୀରଣ ସାଥେ ଆସୁଛି ଭାସି।
ନାଲି ଟହଟହ ବଉଳ କୋଳି,
ପିଲାଏ ଖାଆନ୍ତି ହୋଇଣ ମେଳି।
ଭେଦଭାବ ଭୂଲି ସଭିଏଁ ମିଶି,
ମଉଜ କରନ୍ତି ହୋଇଣ ଖୁସି ।
