ବଉଳ ଫୁଲ
ବଉଳ ଫୁଲ
1 min
240
ବଉଳ ଫୁଲରେ ବଉଳ ଫୁଲ
ତୋର ବାସନାଟି ଅମୂଲ୍ୟ ମୂଲ।
ଚହଟାଉ ଅଛୁ ସାରା ମୂଲକ
ତୋର ବାସନାରେ ଭୁଲୁଛୁ ଶୋକ।
ମହୁମାଛି ଆଉ ଭ୍ରମର ଯେତେ
ଆକର୍ଷଣେ ଆସି ଚୁମନ୍ତି ତୋତେ।
ସେମାନଙ୍କ ଯାହା ସେନେହ ପାଇ
ପେରେମ ହୃଦୟ ତୋର ହୁଅଇ।
ଉଚ୍ଛୁଳି ଉଠଇ କାମନା ତୋର
ମନ ମନ୍ଦିରରେ କେତେ ଯେ ଝର।
ଜଗତ କଲ୍ଯାଣ ତୋହର ଦେଇ
କେବେ ବି କାହିଁକି ବାସି ନ ହୋଇ ।
କୃଷ୍ଣଙ୍କ ଆଦର ବହୁତ ପାଉ
ଗରବ ହୃଦୟେ କେବେ ନ ଥୋଉ।
ତୋହରି ପରି ମୁଁ ହେବାକୁ କେତେ
ହୋଇ ପାରୁ ନାହିଁ କାହିଁକି ସତ୍ତ୍ବେ।
ହେ ବଉଳ ଫୁଲ ସଂସାରେ ଥାଇ
ଜଗତକୁ ସଦା ଦେଏ ହରାଇ।
ଏହି ସଂସାରଟି ତୋହରି ପାଇଁ
ହସି ହସାଇ କି ଚାଲିଛି ଧାଇଁ।
