STORYMIRROR

Ajit Kumar Raut

Others

3  

Ajit Kumar Raut

Others

ବୁଝିବାକୁ ଚେଷ୍ଟା କର

ବୁଝିବାକୁ ଚେଷ୍ଟା କର

1 min
159


ବୁଝିବାକୁ ହେବ ସମୟର ଚକ୍ର

  ଆସୁ ଥିବ ତହିଁ ମାଡ଼ି,

ଆତଙ୍କିତ କେବେ ନ ହେବା ପଥରେ

  ଛାଡୁ ଥିବ ସେହୁ ରଡି।୧।


ଅଦୃଶ୍ୟ ହେଉ ବା ଦୃଶ୍ୟରେ ହିଁ ହେଉ

 ନିବାରଣ ହିଁ କର୍ତ୍ତବ୍ୟ

ହେଉ ଶକ୍ତିଶାଳୀ ଅବା ଭୟଙ୍କର

 ଚେଷ୍ଟା ହିଁ ଆମ କର୍ତ୍ତବ୍ୟ।୨।


ବୈକୁଣ୍ଠର ପତି ପ୍ରଭୁ ଜଗନ୍ନାଥ

 ତାଙ୍କରି ଭିଆଣ ସବୁ,

ପରୀକ୍ଷା ନିଅନ୍ତି ସମୟର ଚକ୍ରେ

 ତାଙ୍କରି ମୁଠାରେ ସବୁ।୩।


ଦୁର୍ଲ୍ଲଭ ଜୀବନ ମନୁଷ୍ୟ ଜୀବନ

 ସଵୁ ଜୀବେ ଏହୁ ଶ୍ରେଷ୍ଠ,

ଜ୍ଞାନ ଧର୍ମ କର୍ମେ ଜଡ଼ିତ ଯା ଦେହି

 ଜୀବ ମଧ୍ୟେ ସର୍ବଶ୍ରେଷ୍ଠ।୪।


ତାଙ୍କରି ଭିଆଣ ଦୂର ହିଁ ସମ୍ଭବ

 ତାଙ୍କରି ହିଁ ଜ୍ଞାନ ବଳେ,

କର୍ମପଥେ ରହି ନିଃସ୍ୱାର୍ଥ କର୍ମରେ

 ତାଙ୍କରି ହିଁ କର୍ମ ବଳେ।୫।


ଜ୍ଞାନ କର୍ମ ଧର୍ମ ତାଙ୍କରି ଅର୍ପଣ

 ଜୀବନ ଅସ୍ତିତ୍ଵ ସେହୁ,

କର୍ମପଥେ ରହି ଜ୍ଞାନରେ ଜଡ଼ିତ

 କର୍ମ କରୁ ଥିବା ସେହୁ।୬।


ବିଭିନ୍ନ ରୂପରେ ଆବିର୍ଭାବ ତାର

 ଚିହ୍ନିବା ହିଁ ଅସମ୍ଭବ,

କର୍ତ୍ତବ୍ୟନିଷ୍ଠରେ କର୍ମ କରୁ ଥିଲେ

 ପ୍ରତିକାର ହିଁ ସମ୍ଭବ।୭।


କର୍ତ୍ତବ୍ୟ ହିଁ ଆମ କର୍ମ ହିଁ କରିବା

 ବାଧାବିଘ୍ନ ଆସୁ ପଥେ  

ବିପଦକୁ ଦେଖି ପଛଘୁଞ୍ଚା ନୋହୁଁ

 ଜୀବନର କର୍ମପଥେ।୮।


ପ୍ରଭୁ ନିରଞ୍ଜନେ ଭକ୍ତିକୁ ରଖିଣ

 କର୍ମପଥେ ପଥଗାମୀ,

ନିଃସ୍ୱାର୍ଥର କର୍ମେ ବିଜୟୀ ହିଁ ଦେବ

 ସଦା ସତ୍ତ୍ୱେ ପଥଗାମୀ।୯।


ବୁଝିବାକୁ ହେବ ସମୟର ଚକ୍ର

 ଆସୁ ଥିବ ତହିଁ ମାଡ଼ି,

ଆତଙ୍କିତ କେଵେ ନ ହେବା ପଥରେ

 ଛାଡୁ ଥିବ ସେହୁ ରଡି।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍