STORYMIRROR

Niranjan Sahu

Others

3  

Niranjan Sahu

Others

ବୁଝିବା ସକ୍ଷମ କେ ନ ହୋଇଛି

ବୁଝିବା ସକ୍ଷମ କେ ନ ହୋଇଛି

1 min
205

ଖାଲି ହାତରେ ଆସିଛ ହେ ବନ୍ଧୁ   

    ଖାଲି ହାତରେ ଯିବ

ନଖାଇ ନ ପିଇ ଯେତେ ସଞ୍ଚିଅଛ

    ସବୁ ଏଠି ରହିଯିବ  

ତେଣୁ   

ଯାହା ଖାଇଥିବ ପେଟକୁ

 ଯାହା ସଞ୍ଚିଥିବ ଖଣ୍ଟକୁ

  ବୁଢା ହେଲେ ଯିବ ଖଟକୁ

  ମରିଗଲେ ଯିବ ଘଟକୁ  


ହସ ଖୁସିରେ ଦିନକୁ କାଟିବ

  ଖୁସିରେ ଖୁସିରେ ବଞ୍ଚିବ

ଖରାପ କାମ କାଲି ପାଇଁ ରଖି

   ଭଲ କାମ ଆଜି କରିବ


ଆଜିପାଇଁ ବନ୍ଧୁ ଖୁସିରେ ରୁହ

  କାଲି କଥା କିଏ କହିବ

ଜୀବନର ଏ ଗତି ପଥରେ

   ଭଲ ମନ୍ଦ ଚିନ୍ତା କରିବ  


କେତେ ଆସିଛନ୍ତି କେତେ ଯାଇଛନ୍ତି

    ଧରାପୃଷ୍ଠ ସାକ୍ଷୀ ରହିଛି

ଏ ଭବରଙ୍ଗ ବଡ଼ ବିଚିତ୍ର ରହସ୍ୟ

   ବୁଝିବା ସକ୍ଷମ କେ ନ ହୋଇଛି  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍