STORYMIRROR

Niranjan Sahu

Others

4  

Niranjan Sahu

Others

ବୁଝିବା ଲୋକ ବୁଝିବ

ବୁଝିବା ଲୋକ ବୁଝିବ

1 min
293

କାହାକୁ ସମୟ ଦିଅ କି ନଦିଅ    

ନିଜକୁ ସମୟ ଦିଅ

ଏଇ ଦୁନିଆଁ ରେ ସବୁ ଅଟେ ପର

ନିଜର ତୁମର ଦେହ ।


ନିଜେ ଥିଲେ ସିନା ଦୁନିଆଁ ଟା ଅଛି

ଦୁନିଆଁ ସୁନ୍ଦର ଲାଗେ

ଶରୀର ଟା ଯଦି ଅସୁସ୍ଥ ହୋଇଲା

ଦୁନିଆଁ ଅବାଗ ଲାଗେ ।


ଶରୀର ଟା ଯଦି ସୁସ୍ଥ ରହିଛି

ଦେଖିବ,ଶୁଣିବ,ଖାଇବ

ଜୀବନଟା ତୁମ ସରଳ ହୋଇବ

ଖୁସିରେ ଖୁସିରେ କଟିବ ।


ପ୍ରାତଃ ସନ୍ଧ୍ୟା ରେ ବ୍ୟାୟାମ କରି

ଶରୀରକୁ ଦୁଃଖ ଦେବ

ଅଖାଦ୍ୟ କୁ ଛାଡି ଖାଦ୍ୟକୁ ଖାଇଲେ

ଶରୀର ଟା ସୁଖଦେଵ ।


ଏଇ ଦୁନିଆରେ ଥିବ ଯେତେଦିନ

ହସ ଖୁସିରେ ରହିବ

ସମୟ ଆସିଲେ ବେଳ ବୁଡ଼ିଗଲେ

ଦୁନିଆଁ କୁ ତୁମେ ଛାଡିବ ।


ଜନମ ହୋଇଛେ ନିଶ୍ଚୟ ମରିବା

ଏଇ କଥା ମନେ ରଖିବ

ଏ ଛୋଟ କଥା କୁ ମନରେ ରଖିଲେ

ଦୁନିଆଁ ଟା ଭଲ ଲାଗିବ ।


ଲୋଭ ମୋହ ମାୟା ପାଖେ ଆସିବନି

ସବୁ ଦୂରରେ ଦୂରରେ ରହିବ

ଜୀବନ ଟା ନିଶ୍ଚେ ସୁଖରେ କଟିବ

ବୁଝିବା ଲୋକ ହିଁ ବୁଝିବ ।


Rate this content
Log in