ବୁଝାବଣା
ବୁଝାବଣା
ଗୃହସ୍ଥାଶ୍ରମରେ କାର୍ଯ୍ୟକୁ କରିବା
ବୁଝାବଣା କରି ନିତ୍ୟେ
ବୁଝାବଣା କରି କାର୍ଯ୍ୟକୁ କରିଲେ
ନ ଆସେ ବିପଦ ହାତେ।
ହେଉ ଶୁଭକାର୍ଯ୍ୟ ଅବା ଧର୍ମ କାର୍ଯ୍ୟ
ହେଉ ମାଙ୍ଗଳିକ କାର୍ଯ୍ୟ
ବୁଝାବଣା କରି କାର୍ଯ୍ୟକୁ କରିଲେ
ସଫଳ ହୁଏଟି କାର୍ଯ୍ୟ।
ନପଡେ ବିପଦ ବୁଝି କାର୍ଯ୍ୟ କଲେ
ନ ଆସେ ଗୃହେ ଆପଦ
ସହଭାଗୀ ହୋଇ ଲାଗି ପଡ଼ି ଥାନ୍ତି
ଗୃହେ ମିଳେଟି ସମ୍ପଦ।
ଗୃହ ଧର୍ମ ହେଉ ଅବା ରାଜ୍ୟଧର୍ମ
ବୁଝାବଣା ଆବଶ୍ୟକ
ବୁଝାବଣା ଦିଏ ସଫଳତା ମନ୍ତ୍ର
କରେ ସେହୁ ହିଁ ସାର୍ଥକ।
ଜୀବନର ଯାତ୍ରା ଅତି ହିଁ କଠିଣ
ପଦେ ପଦେ ହିଁ ବିପଦ
ଶତ୍ରୁଙ୍କ ପ୍ରକପ ଆହୁରି ଘାତକ
ଆଣେ ସେ ପଥେ ଆଫଦ।
ସମଭାବ ରଖି ଜନତା ମଧ୍ୟରେ
ସମ୍ପର୍କ ନିତ୍ୟେ ରଖିବା
ତାଙ୍କରି କଲ୍ୟାଣ କିପରି ହୋଇବ
ବୁଝାବଣା କରୁଥିବା।
ସମାନ ମନ୍ତବ୍ୟ ହୋଇବ ତହିଁରେ
ସମଭାବ ମନ୍ତ୍ର ଥିବ
ସଫଳତା ମନ୍ତ୍ର ମିଳିବ ତହିଁରେ
ଅନ୍ୟଥା କେବେ ନହେବ।
ଜ୍ଞାନୀ ଜନ ଜାଣେ ସମସ୍ତ ଜ୍ଞାନକୁ
ବୁଝୁ ଥାଏ ଅନ୍ୟ ଠାରୁ
ନିଅଁଟ ନରହୁ ଜ୍ଞାନରେ ତାହାର
ଜ୍ଞାନ ନିଏ ଅନ୍ୟ ଠାରୁ।
ବୁଝି କରେ କାର୍ଯ୍ୟ ଜ୍ଞାନ ଦିଏ ଅନ୍ୟେ
ମହାଜ୍ଞାନୀ ଅଟେ ସେହୁ
ନେହୁରା ହୋଇଣ ଜ୍ଞାନ ନେଉ ଥାଏ
ଅତି ହିଁ ବିଶ୍ୱସ୍ତ ଏହୁ।
ହିଂସା ଅହଂକାର ନରଖେ ମନରେ
ସବୁ ବେଳେ ସମ ଦୃଷ୍ଟି
ବୁଝାମଣା କରି କାର୍ଯ୍ୟ କରୁ ଥାଏ
ଜନତା ସେବାରେ ଦୃଷ୍ଟି।
ଜଗନ୍ନାଥ ଭକ୍ତି ଜପମାଳି ତାର
କୃଷ୍ଣ ରାମ ନାମ ହୃଦେ
ବୁଝାବଣା ତାର ଜୀବନ ଉଦ୍ଦେଶ୍ୟ
ଜନସେବା ରଖେ ହୃଦେ।
ମନୁଷ୍ୟ କର୍ତ୍ତବ୍ୟ ବୁଝାମଣା କରି
କାର୍ଯ୍ୟ କରୁଥିବା ନିତ୍ୟେ
ଆତ୍ମନିର୍ଭରଟି ହୋଇବା ନିଶ୍ଚୟ
ଉନ୍ନତି କରିବା ନିତ୍ୟେ।
ତ୍ୟାଗ ଶ୍ରଦ୍ଧା ଭକ୍ତି ରହିବ ତହିଁରେ
ଧର୍ମପରାୟଣ ହେବା
ନୂଆ ଭାରତର ନୂତନ ସ୍ୱପ୍ନକୁ
ରାଷ୍ଟ୍ରେ ନିଶ୍ଚେ ଆଣି ଦେବ।
