STORYMIRROR

prajna paramita

Others

3  

prajna paramita

Others

ବୁଢିଆଣୀ ଜାଲ

ବୁଢିଆଣୀ ଜାଲ

1 min
208




ସିଏ ହୋଡାଇ ହାବେଲି ହେଉ

ଅବା ହେଉ ଭାନଗଡ଼ ଏଫୋର୍ଟ

ଅନେକ ଶିଳ୍ପୀ ଓ ଚିତ୍ରକର ଙ୍କ

ହାତର ରକ୍ତାକ୍ତ ନିହାଣ ରେ

ଦର ଗଢା କିର୍ତ୍ତୀ


ଅବଶ୍ୟ

କିଛି ସମୟ ପାଇଁ ରହିଥିଲା

ସେ ସକ୍ରିୟ ..

କିଛି ମୁହୂର୍ତ୍ତ ପାଇଁ

ଖେଳାଇ ଥିଲା ତା ପ୍ରାଧାନ୍ୟ


ମର୍ତ୍ୟରେ ସ୍ୱର୍ଗ ର ଭ୍ରମ ସୃଷ୍ଟି କରି

ସଜାଇ ଥିଲା କାହାକୁ

ମର୍ତ୍ୟର ଇନ୍ଦ୍ର ..


ରମ୍ଭା ମେନକା ଙ୍କ ଗହଣରେ

ବିତି ଯାଉଥିଲା ପ୍ରତ୍ୟକ ମୁହୂର୍ତ୍ତ


ମଖ ମଲମଲ ଚଟାଣରେ

ଫୁଲର ସେଜରେ

ସୋମ ରସ ଠୁ ଫଳ ରସ ଯାଏଁ

ଶିକାରୀ ଠୁ ଶୀକାର ଯାଏଁ

ଲୋଟି ପଡୁଥିଲେ ପାଦରେ


ଅସହନୀୟ ଦଣ୍ଡରେ

ଆର୍ତ୍ତନାଦ ଚିତ୍କାର


ଅମାନବୀୟ ଦଣ୍ଡରେ

ନିର୍ଯାତିତ ନାରୀର

କରୁଣ ଚାହାଣୀ ..


ଏବେବି ଘୁରି ବୁଲନ୍ତି

ସେଇ ଭଗ୍ନ , ଜରାଜୀର୍ଣ୍ଣ

ରାଜ ଦରବାର ରେ ..


ଏବେ ତ

ପରିତ୍ୟକ୍ତ ପ୍ରାୟ ଦୁର୍ଗ


ନା ଅଛନ୍ତି ରାଜା,

ନା ଅଛନ୍ତି ମନ୍ତ୍ରୀ

ଦରଭଙ୍ଗା କବାଟ ,ମୁକ୍ତ ଝରକା


ଆସବାବ ଶୂନ୍ୟ କକ୍ଷ

ବୁଢିଆଣୀ ଜାଲ ଭରା

ପ୍ରସ୍ଥରର କାନ୍ଥ


ପାଲଟି ଯାଇଛି

ଚେମେଣୀଆ ଙ୍କ

ଆଡା ସ୍ଥଳି..


ଏହା ହିଁ ସତ୍ୟ |||


ଇର୍ଷା ,ଲୋଭ , ଅହଂକାର

କିଛି ବି ରୁହେନି

ମିଶିଯାଏ ମାଟିରେ

ଶରୀର ସାଥିରେ


ହେଲେ ଏମିତି ପଡିଥାଏ

ଉଆସ ଆଉ ଅଟାଳିକା..


ପିନ୍ଧିଲା ବସ୍ତ୍ର ମଧ୍ୟ

ଯାଏନି ସାଥିରେ ..


Rate this content
Log in