STORYMIRROR

Puspanjali Sahu

Others

2  

Puspanjali Sahu

Others

ବୁଢ଼ା ମାଷ୍ଟର ଓ ଅନ୍‌ଲାଇନ୍ ଶିକ୍ଷା

ବୁଢ଼ା ମାଷ୍ଟର ଓ ଅନ୍‌ଲାଇନ୍ ଶିକ୍ଷା

1 min
113

ପିଲାବେଳେ ମୁଁ ଶୁଣିଥିଲି କାଳେ ମାଷ୍ଟର ଟା ଭଲ ଚାକିରି,

ବଡ଼ ହେଇ ଯେବେ ମାଷ୍ଟର ଟେ ହେଲି ସବୁ ନିଶା ଗଲା ଉତୁରି।

ବାପା କହୁଥିଲେ ମାଷ୍ଟରକୁ କାଳେ ସଭିଏଁ କରନ୍ତି ସମ୍ମାନ,

ମାଷ୍ଟର ଟେ ହେଇ ଦେଖିଲି ଯାହା ମୁଁ ସବୁ ତ ଏଇଠି ଭରମ।

ବଡ଼ ଶରଧାରେ ମାଟ୍ରିକ ପରେ କରିଥିଲି ମୁଁ ଚାକିରି,

ହେଲେ ମୋ ଖୁସି ଟା ପାଣିରେ ପଡ଼ିଲା ଦେଖି ଚିଠି ସରକାରୀ।

ଚିଠିରେ ଉଲ୍ଲେଖ କଲେ ସରକାର ଅନ୍‌ଲାଇନ୍ ଶିକ୍ଷା ପାଇଁ

ହେଲେ ଭୁଲିଗଲେ ସମସ୍ତ ଶିକ୍ଷକ ଏପାଇଁ ଯୋଗ୍ୟ କି ନାଇଁ।

ଶିକ୍ଷକଙ୍କୁ ତୁମେ ଦାୟିତ୍ଵ ଦେଇଛ ଆଧାର ଠୁଁ ଭୋଟ ଯାଏଁ,

ଚାଉଳ, ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟି ପୁଣି କରୋନ ଯୋଦ୍ଧା ବି ସିଏ।

ଦିନରାତି ଖାଲି ସେବା କରୁଥାଏ ସରକାର ମନ ଜାଣି,

ପାଉଣା ଦେବାର ସମୟ ଆସିଲେ ଆଖିରୁ ଝରାଏ(ସରକାର) ପାଣି।

ସେଥିରେ ପୁଣି ଏ ଅନ୍‌ଲାଇନ୍ ଶିକ୍ଷା ବୋଝକୁ ନଳିତା ବିଡା,

ଏଇ ରାଜନୀତି ଦେଖି ନିତି ନିତି ରୁମ ହେଇଯାଏ ଖଡା।

କେମିତି ଦେବି ମୁଁ ଅନ୍‌ଲାଇନ୍ ଶିକ୍ଷା ଜାଣିନାହିଁ କମ୍ପ୍ୟୁଟର,

ସ୍ମାର୍ଟ୍ ଫୋନ ତ ହାତରେ ଧରିଲେ ଲାଗେ ମତେ ଭାରି ଡର।

ବଞ୍ଚିଯିବି ପଛେ ଓଳିଏ ଖାଇ ମୁଁ ଲୋଡାନାହିଁ ଏଇ ଚାକିରି,

ଆଜି ଦୁନିଆରେ ଚାକିରିରୁ ଭଲ ବୋଲାଉଥାଏ ଯେ ବେକାରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍