STORYMIRROR

Mr.Siddheswar Behera

Others Children

3  

Mr.Siddheswar Behera

Others Children

ବୁବୁ ଜନ୍ମ ଦିନ

ବୁବୁ ଜନ୍ମ ଦିନ

1 min
419


ଗ୍ରୀଷ୍ମ ଛୁଟି ହେଲେ ବୁବୁ ପୁଅ ମୋର

ମଝିରେ ମଝିରେ ପଚାରେ 

ମାମା ମୋ ଜନ୍ମଦିନ କେଉଁ ମାସରେ

ଜୁନ୍ ଦୁଇ ତୋ ଜନ୍ମଦିନ ଧନ

ଏଥର ପଡୁଛି ମଙ୍ଗଳ ବାରେ 

ମା କୁହନ୍ତି ଉତ୍ତରରେ 

ମାମା ଠାରୁ ଶୁଣିଲା ପରେ 

ଖୁସି ଝଲସି ଯାଏ ତା ହସରେ 

ଲାଗିଯାଏ ସେ ସାଜସଜ୍ଜାରେ 

ସାଙ୍ଗକୁ ଡାକିବ ସଭିଏଁ ଆସିବେ

କେକ୍ କାଟିବ ସାଙ୍ଗ ମେଳରେ 

ମଉଜ କରିବେ ଖୁସିରେ 

ତା ଖୁସି କହିଲେ ନ ସରେ 

ଭାରି ଖୁସି ହୁଏ ଯେବେ ସେ 

ଗରିବ ପିଲାଙ୍କୁ ଖାଇବା

ପରସି ଦିଏ ନିଜ ହାତରେ 

ସତରେ …………

ତା ଠାରୁ ଆଉ କେଉଁ ଖୁସି ଅଛି 

ଜେ ଦେଖି ହଁ ଜାଣିପାରେ

ସନ୍ତାନ ଖୁସି ଠାରୁ ବଡ ଆଉ ଅବା

କୋଉ ଖୁସି ହୋଇ ପାରେ

ତା ଜନ୍ମ ଦିନରେ ସେ ସଭିଙ୍କ 

ଆଶିଷ ଭିକ୍ଷା କରେ

ଆଶୀର୍ବାଦ କର ଠାକୁରେ

ସେ ଆୟୁଷ, ସୁଖ, ସମୃଦ୍ଧି ଲଭୁ

ଏତିକି ଜଣାଣ ତୁମ ଠାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍