STORYMIRROR

Debadatta Jena

Others

3  

Debadatta Jena

Others

ବତୀଘର

ବତୀଘର

1 min
277


ତୁ ଗୋଟେ ଅଙ୍କା ବଙ୍କା ନଈ  

ମୁଁ ଅପହଞ୍ଚ ସାଗର 

ତୁ ବହୁଛୁ ଅମାନିଆ, 

ମୁଁ ସୁଅ ମୁହେଁ ପତର..!


 


   କେବେ ବହୁ ଏ କୂଳରେ 

   କେବେ ପୁଣି ସେ କୂଳ, 

   ତୋ ବୁକୁରେ ଭଉଁରୀ ଯେ 

   ମୁଁ ଘୁରେ ନିରନ୍ତର..!


ତୁ ଝରୁଛୁ ଝରଝର

ଚଳନ୍ତି ମାନଚିତ୍ର, 

ମୁଁ ଅଛି ଭୂଗୋଳରେ 

ନିହାତି ନିର୍ଝର..!


   ନଈ ପଠା ଆମ୍ବ ଗଛେ 

   ବାସେ ଯେବେ ବଉଳ 

   ତୁ ଗାଇଲେ କଳରବ 

   ମୋ ସୁର ଗମ୍ଭୀର..! 


ଗଢ଼ା ଯେତେ ତୋ ବକ୍ଷରେ 

ନଦୀ ବନ୍ଧ ଆନିକଟ, 

ଶୂନ୍ୟ ମୋ ନୀଳ ଢେଉ 

ମୂକ ସାକ୍ଷୀ ବତୀଘର..!





 

















   


  


  










ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍