ବସୁଧା ହିଁ ପରିବାର
ବସୁଧା ହିଁ ପରିବାର
1 min
470
ସାରା ବିଶ୍ବ ଅଟେ ତୁମ ସୃଷ୍ଟିଦାନ
ବସୁଧା ହିଁ ତୁମ ପରିବାର
ଜଗତର ପିତା ହେ ଜଗତନାଥ
ସନ୍ତାନ ଅଟୁ ଆମେ ତୁମର ।।୧।।
ଆମପାଖେ ରହୁ ଭାଇଚାରାଭାବ
ଦୟାକ୍ଷମା ପ୍ରେମ ସ୍ନେହପ୍ରୀତି
ଚାଲୁଥିବୁ ସଦା ଏକ ମନ ନେଇ
ଦୁର୍ଗମପଥରେ ହୋଇ ସାଥୀ ।।୨।।
ମୋର ତୋର ଭାବ ହେଇଯାଉଦୂର
ସଂକୀର୍ଣ୍ଣ ବିଷମ ମନୋଭାବ
ଉଦାର ପୁରୁଷ ଦିବ୍ୟଜ୍ଞାନଯୁକ୍ତ
ହିତ ସାଧନରେ ପରାଭାବ ।।୩।।
ନୁହଁ ରେ ହିନ୍ଦୁ ନୁହଁ ମୁସଲମାନ
ନୁହଁ ରେ ଜଇନ ଖ୍ରୀଷ୍ଟିୟାନ
ଭେଦଭାବ ଭୁଲି ମାନବଧରମେ
ଗାଇ ବିଶ୍ବ ଚେତନାର ଗାନ ।।୪।।
ସତ୍ୟ ଶାନ୍ତି ମୈତ୍ରୀ ଏକତା ମନ୍ତ୍ରରେ
ଦୀକ୍ଷିତ ଯେ ଆମେ ସଦା ହେବା
ପରିବାର ସମ ହସଖୁସି ବାଣ୍ଟି
ମହା ଆନନ୍ଦେ ସଦା ଚଳିବା ।।୫।।
