STORYMIRROR

Prashanta Padhan

Others

3  

Prashanta Padhan

Others

ବସନ୍ତର ଆଗମନେ

ବସନ୍ତର ଆଗମନେ

1 min
155


ହେ ବସନ୍ତ ତୁମେ ଋତୁରାଜ ସାଜି

ଆସ ଯେବେ ଫଗୁଣରେ

ବେଦନାସିକ୍ତ ଏ ବିଦଗ୍ଧ ହୃଦୟ

ଉପଶମ ଲଭେ ଧିରେ ।।

ବିରହୀ ଋତୁ ବି ସାଜଇ ପ୍ରଣୟ

ତୁମର ସେ ଆଗମନେ

ପ୍ରେମର ରଙ୍ଗରେ ଅବିରର ଛିଟା

ବୋଳିଦିଏ ପ୍ରତିକ୍ଷଣେ ।।

କୋଇଲିର ସ୍ୱର ତୋଳଇ ଝଙ୍କାର

ପ୍ରେମର ରାଗିଣୀ ସୁରେ

ଆନମନା ହୋଇ ପ୍ରେମିକ ବିଚରା

ପ୍ରିୟାର ସ୍ପର୍ଶକୁ ଝୁରେ ।।

ସୋରିଷର କ୍ଷେତ କରେ ଆକର୍ଷିତ

କୁହୁକିନୀ ଟିଏ ପରି

ବାଧାବିଘ୍ନ ଭୁଲି ପ୍ରେମିକା ଆସଇ

ଫଗୁର ପସରା ଧରି ।।

ପଳାସ ହସଇ ନବବଧୂ ବେଶେ

ପଦ୍ମ ପାଏ ଯଉବନ

ପ୍ରେମିକ ଖୋଜଇ ମିଳନ ମୁହୂର୍ତ୍ତ

ଆନ୍ଦୋଳିତ ହୁଏ ପ୍ରାଣ ।।

ମଳୟ ପବନ ତା ଶୀତଳ ସ୍ପର୍ଶେ

ଖେଳାଏ ଯେ ଶିହରଣ

ଦୁଷ୍ଟ ପ୍ରଜାପତି ମିଠା ଚୁମ୍ବନରେ

ଦେଇଯାଏ ପ୍ରୀତି ଚିହ୍ନ ।।

ଫେରିଯାଅ ତୁମେ ଅଜଣା ରାଇଜେ

ମିଳନର ପର୍ବ ସାରି

ସ୍ମୃତିର ରେଖାଟେ ଆଙ୍କିଦିଅ ମନେ

ଅସୁମାରୀ ସ୍ୱପ୍ନ ଭରି ।।


ନାମ-ପ୍ରଶାନ୍ତ କୁମାର ପଧାନ

ଗ୍ରାମ-ବୁରୋମୁଣ୍ଡା

ଜିଲ୍ଲା-ବରଗଡ



Rate this content
Log in