STORYMIRROR

Sasmita Mohapatra

Others

3  

Sasmita Mohapatra

Others

ବସନ୍ତର ଆଗମନ

ବସନ୍ତର ଆଗମନ

1 min
606


ବସନ୍ତର ଆଗମନ

~~~~~~~~~~~~|

ଛନ୍ଦ--ରାମକେରୀ(ବ"ଆଦ୍ୟାନୁପ୍ରାସରେ)

ବସନ୍ତର ଆଗମନରେ"ବାସ"ଚହଟିଯାଏ

ବନସ୍ପତି ନବ ପଲ୍ଲବେ"ଶୋଭା"ବଢାଇଥାଏ(୧)


ବନପ୍ରିୟ ଆମ୍ରକୁଞ୍ଜରେ"ବସି"ପଞ୍ଚମତାନ

ବାସଙ୍ଗ,ମାଧବୀ,ବକୁଳ"ପୁଷ୍ପେ"ଶ୍ୟାମବିପିନ(୨)


ବାଳାରୁଣ ହେମ କିରଣେ"ମହୀ"ସୁମନୋହର

ବସନ ସୁନାରି ଫୁଲରେ"ପିନ୍ଧି"ରାଜସମ୍ଭାର(୩)


ବିଚିତ୍ରଚିତ୍ରର କୁସୁମେ"ଉଡ଼ି"ପରଜାପତି

ବିଳାସ ଆଘ୍ରାଣେ ମଧୁପ"ଶୋଷି"ମଧୁପିଅନ୍ତି(୪)


ବହଇ ଉତ୍ତରା ପବନ"ଚୈତ୍ର"ଫାଲଗୁନରେ

ବହଙ୍ଗମ ଡେଣା ଝାଡନ୍ତି"ମୁକ୍ତ"ଗଗନତଳେ(୫)


ବସନ୍ତେ ମଧୁର ମଳୟ"ମନ"ନେଉଛିକିଣି

ବିଭୂଷିତ ପଲ୍ଲୀ ପକୃତି"ରଙ୍ଗ"ଦେଇଛିବୁଣି(୬)


ବିପଞ୍ଚୀଧାରିଣୀ ମାଆର"ପୂଜା"କୋଳାହଳରେ

ବାଳୁତ ଠୁ ବୃଦ୍ଧ ସବୁରି"ହସ"ଓଠଧାରରେ(୭)


ବାସନ୍ତୀକ ଦୁର୍ଗା ଯାତରା"ଅନ୍ତେ"ରାମନବମୀ

ବାରମାସେ ତେର ପରବ"ଖୁସି"ନିଅନ୍ତିକିଣି(୮)


ବୋଳି ହୋଇ ଲୋକେ ଅବିର"ଏକ"ଆନକଦେହେ

ବାରବାର ପିଚକାରୀରେ"ସ୍ନେହ"ବରଷିଯାଏ(୯)


ବିକଶିତ ମୁଖ ମଣ୍ଡଳେ"ଆଶା"ନାନାପ୍ରକାରେ

ବାସନ୍ତୀଛଟାର ସୌରଭେ"ହୃଦ" ବିଭୋରଭରେ(୧୦)


ସସ୍ମିତା ମହାପାତ୍ର(ଲୀନା)ଭୁବନେଶ୍ବର



Rate this content
Log in