Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ବସନ୍ତେ ପ୍ରଫୁଲ୍ଲ

ବସନ୍ତେ ପ୍ରଫୁଲ୍ଲ

1 min
360


ବସନ୍ତେ ପ୍ରଫୁଲ୍ଲ

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

---------- ---------------------- ----------

• ମାଘ ଶେଷହେଲା ଶୀତ ଧୀରେ ଧୀରେ ଛାଡ଼ି ଛାଡି ଯାଏ ମହୀ

• ଦକ୍ଷିଣ ଦିଗରୁ ମଳୟ ଗିରିରୁ ମଳୟ ଆସଇ ବହି ।।

• ବକୁଳ ପେନ୍ଥାରେ ଚୁତଫଳ ଚଣା ବସନ୍ତ ରାଜା ଆଗମ

• କହି ପରଭୃତ ସୁ-ମଧୁର ରାଗେ ତୋଳଇ ପଞ୍ଚମ ତାନ ।।

• ରଙ୍ଗ ବେରଙ୍ଗ ର ନାନାଜାତି ସୁମ ବାଢିଛି ଶୋଭା ସମ୍ଭାର

• ଦିଶଇ ପ୍ରକୃତି ରାଣୀ ଗଭାମଣ୍ଡି ଆସେ କି ବସନ୍ତ କାଳ ।।

• କାକକୃଷ୍ଣ କାଚକନ୍ଦୁକ ଜିବନ ସର, ହ୍ରଦ, ନଦ, ନଦୀ

• ଗରଭେ ଧରିଛି ଅନିନ୍ଦ୍ୟ ସୁନ୍ଦର ଦିଶଇ ବିଚିତ୍ର ଛବି ।।

• ସରେ ସରୋରୁହ ବିମଳ କୋମଳ ଦୁଧ ଅଳତାର ରଙ୍ଗ

• ସଙ୍ଗେ ତା ମଧୁର ସଉରଭ ବାଣ୍ଟେ ଉଡେ ମତୁଆଲା ଭୃଙ୍ଗ ।।

• ସବୁଜ ବନାନୀ ନବ ପଲ୍ଲବୀତ ପଲ୍ଲବେ ହୋଇଛି ଉଭା

• ସତେକି ବସନ୍ତ ଆଗମେ ଧରଣୀ ପିନ୍ଧିଛି କି ଛିଟ ଲୁଗା ।।

• ବସନ୍ତ ସମୟ ବଡ଼ ରସମୟ ଚମ୍ପା, ନାଗେଶ୍ଵର ଯୁଇ

• ବକୁଳ କୁଞ୍ଜରେ ରାଶ କୁଞ୍ଜକେଳୀ ମାଧବଙ୍କ ସଙ୍ଗେ ରାଇ ।।

• ହଳଦୀବସନ୍ତ କୁମ୍ଭାଟୁଆ ହୁଟ ଶବଦେ ମହୀ ଉଛୁଳେ

• ବସନ୍ତ ଆଗମେ ଶବ୍ଦାୟିତ ଧରା ସୁମଧୁର କୋଳାହଳେ ।।

• ଫଗୁଣ ମାସରେ ଅବିର ରଙ୍ଗରେ ରଙ୍ଗ ପିଚକାରୀ ଖେଳି

• ବସନ୍ତ ଆସିଲା ରାଧାରାଣୀ ସଙ୍ଗେ ଦୋଳି ଖେଳେ ବନମାଳୀ ।।

• କୃଷ୍ଣଚୁଡା ଆଉ ପଳାଶ ମଝିରେ ସୁନାରୀ ସୁନେଲି ଫୁଲ

• ଫୁଟି ଦିଶୁଅଛି ବସନ୍ତ ରାଜାନ ପାଟଛତ୍ର ସମତୁଲ ।।

• ଚଇତି ଘୋଡ଼ା ର‌ ନାଚରେ ଏମନ ଚଇତାଳି ଗୀତ ଗାଏ

• ସେଇଗୀତ ତାଳେ ବସନ୍ତ ରାଜନ ଧରାରୁ ବିଦାୟ ନିଏ ।।

• ଏମନ୍ତ ବସନ୍ତ କରେ ରସାଣିତ ପ୍ରକୃତି ବିଭୋର ହୁଏ

• ଋତୁଚକ୍ରରେ ଏ ଅପୂର୍ବ ଭାରତୀ ଗୀତ ରେ ପ୍ରଫୁଲ୍ଲ କହେ ।।






Rate this content
Log in