ବସନ୍ତ
ବସନ୍ତ
1 min
371
ଆକାଶରେ ଆଜି ବର୍ଷା ଖରା ଶୀତ
ଜଣା ପଡୁନାହିଁ ଜମ୍ମା
ସୁନ୍ଦର ଲାଗୁଛି ବସନ୍ତ ରାଜତ୍ୱ
ଯେମିତି ନାହିଁ କାଳିମା।୧
ସବୁଆଡେ଼ ଆଜି ସୌନ୍ଦର୍ଯ୍ୟର ହାଟ
ଅପରୂପା ରଙ୍ଗରସ
ମତୁଆଲା ଆହା ପ୍ରାଣୀ ଓ ଉଦ୍ଭିଦ
ଦୁଃଖ ନୁହେଁ ଖାଲି ହସ।୨
କୃତଜ୍ଞ ସଭିଏଁ ବସନ୍ତ ପାଖରେ
ହୃଦେ କୋଟି ଧନ୍ୟବାଦ
ସ୍ନେହ ଆଉ ପ୍ରେମ ଉଚ୍ଛୁଳି ଉଠୁଛି
ନ କରି ମନେ ବିବାଦ।୩
ପକ୍ଷୀ ଗାଉଅଛି ମଙ୍ଗଳ ସଙ୍ଗୀତ
ବୃକ୍ଷଟି ନାଚେ ଦୋହଲି
ଜନ ସମାଜରେ ବିବାହ ପର୍ବକୁ
ସ୍ୱାଗତ ସବୁକୁ ଭୁଲି।୪
ପର୍ବ ଓ ପର୍ବାଣୀ ଥୋଇକି ବସନ୍ତ
ବଢା଼ଇ ଦେଇଛି ସୁଖ
ପ୍ରାଣୀ ଉଦ୍ଭିଦଙ୍କ ହୃଦୟ କୋଣରେ
ମୋଟେ ନ କରନ୍ତି ଦୁଃଖ।୫
