ବସନ୍ତ
ବସନ୍ତ
1 min
129
ଆକାଶରେ ଆଜି ବର୍ଷା ଖରା ଶୀତ
ଜଣା ପଡୁନାହିଁ ଯମା
ସୁନ୍ଦର ଲାଗୁଛି ବସନ୍ତ ରାଜତ୍ବ
ଯେମିତି ନାହିଁ କାଳିମା।
ସବୁଆଡେ଼ ଆଜି ସୌନ୍ଦର୍ଯ୍ଯର ହାଟ
ଅପରୂପା ରଙ୍ଗରସ
ମତୁଆଲା ଆହା ପ୍ରାଣୀ ଓ ଉଦ୍ଭିଦ
ଦୁଃଖ ନୁହେଁ ଖାଲି ହସ।
କୃତଜ୍ଞ ସଭିଏଁ ବସନ୍ତ ପାଖରେ
ହୃଦେ କୋଟି ଧନ୍ଯବାଦ
ସ୍ନେହ ଆଉ ପ୍ରେମ ଉଚ୍ଛୁଳି ଉଠୁଛି
ନ କରି ମନେ ବିବାଦ।
ପକ୍ଷୀ ଗାଉଅଛି ମଙ୍ଗଳ ସଙ୍ଗୀତ
ବୃକ୍ଷଟି ନାଚେ ଦୋହଲି
ଜନ ସମାଜରେ ବିବାହ ପର୍ବକୁ
ସ୍ବାଗତ ସବୁକୁ ଭୁଲି।
ପର୍ବ ଓ ପର୍ବାଣୀ ଥୋଇକି ବସନ୍ତ
ବଢା଼ଇ ଦେଇଛି ସୁଖ
ପ୍ରାଣୀ ଉଦ୍ଭିଦଙ୍କ ହୃଦୟ କୋଣରେ
ମୋଟେ ନ କରନ୍ତି ଦୁଃଖ।
