STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ବସନ୍ତ ବିଳାସ

ବସନ୍ତ ବିଳାସ

2 mins
1.0K



• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ବହି ଆସୁଅଛି ଶୀତଳ ସମିର କୋଇଲି ର କୁହୁ ଗୀତ

• ହଳଦୀ ବସନ୍ତ ଚୁତ ପତ୍ର ଡାଳେ ଆନନ୍ଦେ କରନ୍ତି ନୃତ୍ୟ

• କୂଳୁକୂଳୁ ହୋଇ ନଈ

• ସ୍ଵତ୍ସ ନୀଳ ଜଳ ଗରଭରେ ଭରି ନାଚି ନାଚି ଯାଏ ବହି ।।

• ଯମୁନା କୂଳରୁ କଦମ୍ବ ବନରୁ ମୋହନ ବଇଁଶୀ ସ୍ଵର

• ଲଳିତ ମଧୁରେ ଗୁଞ୍ଜରିତ ହୁଏ ସୁନ୍ଦର କୁଞ୍ଜ କୁଟୀର

• ଫୁଟିଛି ମାଧବୀ ସୁମ

• ପଳାସ,ଟଗର, କୃଷ୍ଣଚୁଡା,ମଲ୍ଲୀ ନାନା ଜାତିର କୁସୁମ ।।

• ମଣ୍ଡିତ ହୋଇଛି ବୃନ୍ଦାବନ ଶୋଭା ଦିଶେ କେଡ଼େ ମନୋହର

• ସରଗ ସୁଷମା ଅପରୂପ ଶୀରି କାହିଁ ତାର ପଟାନ୍ତର

• ଫୁଲେଇ ଫଗୁଣ ଫଗୁ

• ରଙ୍ଗେ ରଙ୍ଗାୟିତ କରି ଏ ଧରାକୁ ସଜାଇ ଛନ୍ତି କି ବିଭୁ ।।

• ସେ କଦମ୍ବ ବନ କୁଞ୍ଜ କୁଟୀର ରୁ ସମାଦରେ ସଲଟଣ

• କରି ବାହାରନ୍ତି ଗୋପ ଚନ୍ଦ୍ରମା ଲୋ ତମକେ ବିଶ୍ଵ

• ଭୂବନ

• ତ୍ରୀତାପ ନାଶନେ ହରି

• ବସନ୍ତ ଉତ୍ସବେ ଦୋଳ ବିମାନରେ ବାହାରନ୍ତି ରଙ୍ଗ ଖେଳି ।।

• ବସନ୍ତ ବିଳାସ ରଚି ବନମାଳୀ ରଙ୍ଗେ ରଙ୍ଗାଇବା ପାଇଁ

• ସୁରମ୍ୟ ବିମାନ ସଜ୍ଜିତ ହୋଇଛି ରାଧିକା ସଙ୍ଗେ ମାଧୋଇ

• ଲଳିତା,ଲବଙ୍ଗ ଲତା

• ଆଲଟ ଚାମର ଢାଳନ୍ତି ଆନନ୍ଦେ ସଖୀ ସଙ୍ଗେ ଗୋପ ବନିତା ।।

• ତୁଙ୍ଗଭଦ୍ରା ଆଉ ବିଶାଖା ସହିତ ଆନ ସଖୀ ହସ୍ତେ ରଙ୍ଗ

• ପିଚକାରୀ ଧରି ଆହାକି ସରାଗେ ଅର୍ପଣେ ଯୁଗଳ ଅଙ୍ଗ

• ଦିଶଇ କି ଶୋଭାବନ

• କି ଉପମା ଦେବା ଦେବର୍ଦୁହ୍ଲଭ ସେ ରୂପ ଅଟେ ଅଭିନବ ।।

• ଆହା କି ପବିତ୍ର ଲଗନ ସଖୀରେ ଦୋଳରେ ଦୋଳଗୋବିନ୍ଦ

• ବୃଷଭାନୁ ରାଜ ଜେମା ସଙ୍ଗେ ଦୋଳେ ସୁନ୍ଦର ତ୍ରୀଭଙ୍ଗି ଛନ୍ଦ

• ତ୍ରୀଭୂବନ ଜନ-ମନ

• ବିମୋହିତ ହୋଇ ଅପଲକ ନେତ୍ରେ କରୁ ଅଛନ୍ତି ଦର୍ଶନ ।।

• ବସନ୍ତ ଉତ୍ସବେ ବସନ୍ତ ବିଳାସ ରଚି ଅପୂର୍ବ ଏ ଲୀଳା

• ଅବିର ରତୁରେ ମାଧବ ପ୍ରେମର ରଙ୍ଗାୟିତ ହୁଏ ଧରା

• କବି ପ୍ରଫୁଲ୍ଲ ଚିନ୍ତନ

• ଛନ୍ଦା ପଦ୍ମପାଦ ରେଣୁ ତଳେ ଆଶ୍ରା ଦିଅ ହେ ରମା ରମଣ ।।


Rate this content
Log in