ବର୍ତ୍ତମାନ
ବର୍ତ୍ତମାନ
ପ୍ରତିମୁହୂର୍ତ୍ତରେ ଭବିଷ୍ୟତ ଚିନ୍ତା
ଘୂର୍ଣ୍ଣନ ହୁଅଇ ମଥା
ବର୍ତ୍ତମାନ ତୋର ବ୍ୟର୍ଥରେ କଟୁଛି
ଭାଳି ଭାଳି ସେଇ କଥା l
ସମୟ ଗର୍ଭରେ ଅଛି ସିଏଲୁଚି
ନୟନେ ଦେଖିନୁ ତାକୁ
ତଥାପି କାହିଁକି ମନହୁଏ ତୋର
ସୌନ୍ଦର୍ଯ୍ୟ ରେ ଗଢିବାକୁ l
ସ୍ବପ୍ନର ସୌଧ ତୋଳିବାକୁ ଇଚ୍ଛା
ବଢୁଥାଏ ତୋ ଅହନିଶି
କି ସୁଖ ଲଭିଅଛୁ ତୁହି
ଭାବନାରେ ସମୟ ନାଶି l
ସୁନ୍ଦର ବର୍ତ୍ତମାନ ହସ୍ତ ପ୍ରସାରେ
କରିବାକୁ ସେ କୋଳାଗ୍ରତ
ସକଳ ଚିନ୍ତା ତ୍ୟାଗ କରି
ବର୍ତ୍ତମାନକୁ କର ସ୍ୱାଗତ l
ସ୍ନେହ ପ୍ରେମେ ବିତରି ଦେ
ଏହି ଧରା ବକ୍ଷେ
ମାନବ ଙ୍କୁ ସେବିବୁ ଯେବେ
ମାଧବଙ୍କୁ ପାଇବୁ ପ୍ରତ୍ୟେକ୍ଷେ l
ସେହି ଚିନ୍ତାମଣି ଜଗତ କରତା
କରୁଛନ୍ତି ଚିନ୍ତା ତୋହର
କରି କରାଉଛି ସେହି ଏକା
ଆମେ ନିମିତ ମାତର l
ବର୍ତ୍ତମାନ ଭର ସ୍ବର୍ଗୀୟ ସୁଖରେ
ଭବିଷ୍ୟତ ହେବ ସୁଖମୟ
ଅଗୋଚରେ ସମୟ ଦେବ ଡାକରା
ଭବିଷ୍ୟତ କରୁକରୁ ଭୟ ।
