STORYMIRROR

Sanjya Tripathy

Others

3  

Sanjya Tripathy

Others

ବୃତ୍ତାନ୍ତ ଏକ:ସ୍ବପ୍ନର

ବୃତ୍ତାନ୍ତ ଏକ:ସ୍ବପ୍ନର

1 min
355

ଦିନେ ହଠାତ୍ ସ୍ୱପ୍ନରେ ଦେଖା ହେଲା

ମନର ମଣିଷଙ୍କ ସହ

ଔପଚାରିକତା ପରେ ପ୍ରଶ୍ନ କଲେ

କାହିଁକି ଏ ଦୁନିଆଟା ହୋଇଯାଉଛି ଅଜବ,

ଅର୍ଥହୀନ ?

ଭଗ୍ନ ସଂପର୍କର ରେଖା ଲହଡ଼ି ଖେଳୁଛି ମଝି ସମୁଦ୍ରରେ

କ୍ରମଶଃ ଅପସୃୟମାଣ ସମସ୍ତ ଆଲୋକ 

ବିସ୍ମୃତିର ଅତଳ ଗର୍ଭରେ ହଜି ଯାଉଛି ମାନବୀୟ

ମୂଲ୍ୟବୋଧ ଓ ନିରୁତା ଭାଇଚାରାପଣ

ଏକ ଅବିଶ୍ୱାସ ଓ ସନ୍ଦେହରେ ବାତାବରଣ

ଅତିଷ୍ଠ ଚନ୍ଦ୍ରଭାନୁ-ଅସ୍ଥିର ଚନ୍ଦ୍ରପ୍ରଭା

ଅପ୍ରାପ୍ତିର ହତାଶ ଓ ନୈରାଶ୍ୟରେ

ପୂର୍ଣ୍ଣାୟମାନ ସମାଜର ବଡପଣ୍ଡା

ତଥାପି ଆଶା ହାରିନି ସମୁଦ୍ରର ନାବିକ

ପ୍ରାଣ ପ୍ରାଚୁର୍ଯ୍ୟ ଭରା ଚିନ୍ତାଧାରା ନେଇ ଆଗେଇ

ଚାଲିଛି

ସମ୍ବଲପୁରରୁ ଆଇଫିଲ ଟାୱାର-ଭବାନୀପାଟଣାରୁ

ମାନ୍ହଟ୍ଟନ୍

ଅଗ୍ନି ବନସ୍ତ - ମରୁପ୍ରାନ୍ତର-ସାଗରର ଅତଳ ଜଳରାଶି

ରୋକି ପାରୁନାହାନ୍ତି ସେ ଯାତ୍ରାକୁ

ଯାହାର ପରିସମାପ୍ତିରେ ପ୍ରତିଭାତ ହେବ ଏକ ସମୂଳ

ଧ୍ରୁବତାରା

ଆଶା ଓ ଆକାଂକ୍ଷାର-ସାମ୍ୟ ଭବିଷ୍ୟତର

ପାରମ୍ପାରିକ ସୁସାମାଜିକ ବାତାବରଣର-ଉଦାର-

ମାନବିକତାର ।



Rate this content
Log in