STORYMIRROR

Priyabrata Mohanty

Children Stories

4  

Priyabrata Mohanty

Children Stories

ବୃତି ଆଜି ସ୍ମୃତି

ବୃତି ଆଜି ସ୍ମୃତି

1 min
342

ବ୍ରାହ୍ମଣ ବୈଶ୍ୟ      ଶୁଦ୍ର କ୍ଷେତ୍ରୀୟ

   ଥିଲେ ଏଠି ଚାରି ଭାଇ,

ବାଦ ବିବାଦ      ନ କରି କିଛି

   ବାଣ୍ଟିଲେ କରମ ଭୂଇଁ ।୧।


ଚାରି ଭାଗରେ      ବିଭକ୍ତ ହୋଇ,

   କରିଲେ ନିଜର ବୃତି,

ସୌହାର୍ଦ୍ଦ୍ୟପୂର୍ଣ୍ଣ      ବାତାବରଣେ

   ଗଢିଲେ ସମାଜ ନୀତି ।୨।


ପୁରାଣ ପାଠ      ଦେବତା ପୂଜା

   କରିଲେ ବ୍ରାହ୍ମଣ ଗଣ,

ଧର୍ମର ଧ୍ବଜା      ସଙ୍ଗରେ ଧରି

   ରଖିଲେ ମାନବ ପଣ ।୩।


କ୍ରୟ ବିକ୍ରୟ      ବୈଶ୍ୟ ର କର୍ମ

   ହିସାବୀ ତାର ସ୍ଵଭାଵ,

ବଜାର ଖୋଲି      ବସି ଥାଏ ସେ

   ରଖେନି କାହା ଅଭାବ ।୪।


ଫଳ ଫସଲେ      ଭରେ ଯେ ଧରା

   ଲାଗିଲେ ଥରେ ତା ହାତ,

ଶୁଦ୍ର କୂଳରେ      ଜନମ ନେଇ

   ଯୋଗାଇ ଦିଏ ସେ ଭାତ।୫।


ଜନ୍ମ ମାଟିର      ସୁରକ୍ଷା ପାଇଁ

   କ୍ଷେତ୍ରୀୟ ଧରେ ଖଡ୍ଗ,

ରଣ କୌଶଳେ      ନିପୁଣ ସେ ଯେ

   ଜୀବନ କରେ ଉତ୍ସର୍ଗ ।୬।


ନ ଥିଲା କିଛି      ଛନ୍ଦ କପଟ

   ନଥିଲା ପ୍ରତିଯୋଗିତା,

ଏକା ସାଥିରେ      ରହନ୍ତି ସବୁ

   ହୋଇ ଭଗିନୀ ଭ୍ରାତା ।୭।


ସମୟ ସାଥେ      ବଦଳି ଅଛି 

   ଜୀବର ଆଜି ଜୀବିକା,

କେହିବି କିଛି      ପାରୁଛି କରି,

   ପାଇବା ପାଇଁ ତ ଟଙ୍କା ।୮।


ଦେଖୁ ନାହିଁ ସେ      ଭଲ କି ମନ୍ଦ

     ହୁଏ ଧନର ସେବୀକା,

ଯାଉଛି ବିକି      ମଳ ଠୁଁ ଗୁଣ

     ରୁହେନି କିଛି ଅବିକା ।୯।


ପରମ୍ପରା ଯେ      ଶୂଳିରେ ଚଢ଼େ

   ବନ୍ଧା ପଡ଼େ ସ୍ନେହ ଶ୍ରଦ୍ଧା,

ବଡ଼ ହେବାର      ନିଶା ଘାରିଛି

   ଚାଲେ ସଦା ପ୍ରତିସ୍ପର୍ଦ୍ଧା ।୧୦।


ନାରୀ ପୁରୁଷ      ଟଣା ଓଟରା

   ଜୀବିକା କରୁଛି ନାଟ,

ନିଜ ଜିନିଷ      ବିକିବା ପାଇଁ

   ଗଢିଛନ୍ତି ନାନା ହାଟ ।୧୧।


କୌଳିକ ବୃତି      ନାହିଁ ଯେ କିଛି

   ଲଗାମହୀନ ଜୀବନ,

ବଂଶାନୁକ୍ରମ      ଗୁଣର ଆଜି

   ହେଉଛି ଅଧପତନ ।୧୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍