STORYMIRROR

Soumya Shubhadarshinee

Others

3  

Soumya Shubhadarshinee

Others

ବର୍ଷାସ୍ନାତ

ବର୍ଷାସ୍ନାତ

1 min
134



ଅନୂଢା କିଶୋରୀ ଟିଏ

ଜଳ ଵିଧୌତ ଯେମିତି

ବର୍ଷା ଗୋ ତୁମ ସ୍ପର୍ଶ ରେ

ଧରିତ୍ରୀ ଦୃଶ୍ୟ ହୁଏ ସେମିତି


ଭାରି ଲାଜ ଲାଜ ମଖମଲି

ସୁଗନ୍ଧା ଅପୂର୍ଵ ସଜମଲ୍ଲୀ

ବିଭୋର କରୁଛି ସେ ରୂପ

ପର୍ବତ ଚୂଡାରେ ଧୂମାଭ ପଲ୍ଲୀ


କଳା ବାଦଲ, ନୀଳ ଆକାଶ

ଭାରି ଉଛନ୍ନ ସବୁ କିଛି

ଖୁବ୍ ଉଜ୍ଜ୍ଵଳ ସବୁ ରଙ୍ଗ

ଭିଜା ମାଟି, ବୃକ୍ଷ ଆଉ ସ୍ମୃତି


ତୁ ମନେ ପଡୁ ବ୍ୟସ୍ତ କରୁ

ତୋ ଅଜଵ ଆବେଶ ରେ

ବାନ୍ଧି ହୁଏ ନୀଡ଼ ହୀନ ମନ

ଆଉ ମିଠା ଲାଗେ ସତରେ


ଏଇ ଛୁଇଁ ଯିବୁ ଆସି

ଫୁଲ ଝଡି ଯିବ ଦେହରୁ

ଭିଜି ଯିବ ପୁରା ପୁରି ପ୍ରାଣ

ଜଳବିନ୍ଦୁ ଲାଗିଯିବ କେଶରୁ


ଉପବନ ବି ସୁନ୍ଦରୀ ଟେ

ଜଡାଇ ନେଇଛି ଦେଖ୍ ଟିକେ

ମୋତେ ତା ବନ୍ଧନରେ

ବର୍ଷା ସ୍ନାତା ଦେହର ବାସ୍ନାରେ


ଆକୁଳତା ଅଛି ତୋ ପାଇଁ

ଉତ୍ତାଳ ତରଙ୍ଗ ପରି ଭିତରେ

ତୁ ନାହୁଁ ସିନା ସତରେ କିନ୍ତୁ

ତୋ ଲାଗି ବର୍ଷା ସ୍ନାତ ସ୍ମୃତି

ଜଳାଏ ତୋ ମିଠା ନିଆଁରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍