Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ବର୍ଷାରେ ସ୍ମୃତି

ବର୍ଷାରେ ସ୍ମୃତି

1 min
98



ଶୂନ୍ୟରେ ମଗନ     ଖୋଜୁଛି ଗଗନ

    ଆଲୋକ ଖୋଜଇ ତପନ

ଖୋଜୁଅଛି ଶଶି      ଶୀତଳତା ବସି

     ସ୍ମୃତି ପଟଳରେ ସପନ ।

ଇନ୍ଦ୍ରଧନୁ ରଙ୍ଗ       କଲା କିଏ ଭଙ୍ଗ

     ଫୁଲରୁ ଛଡାଇ ବାସନା

ସାଗର ବି ଜାଣି      ମାଗିଲାଣି ପାଣି

    ମେଘ ହୋଇ ଯେବେ ଆସନା ।

ଲାଗୁନି ମଧୁର      କୋଇଲି ବଧୂର

     କୁହୁତାନ ରାଗ ରାଗିଣୀ

ରଜନୀଗନ୍ଧାର      ମହକେ ଅନ୍ଧାର

     ରାତିରେ ଚହଟ ଲାଗିନି ।

ପାଦପ ପତରେ    ନାହିଁ ଗୋ ସତରେ

     ସବୁଜ ରଙ୍ଗର ଭରସା

ବନାନୀ ବଳୟ     ଖୋଜଇ ମଳୟ

     ମେଘ ମାଗିଲାଣି ବରଷା ।

ମାଗିଲେ କି ମିଳେ   ପ୍ରୀତିଭାବ ତିଳେ

     ମନ ମାରିଥିଲେ ଲଳନା

କହିଲି ଯାହାକୁ     ଭିଡି ସେ ବାହାକୁ

     କରୁଥିଲା ଖାଲି ଛଳନା ।




Rate this content
Log in