STORYMIRROR

Saroj Kumar Ojha

Others

3  

Saroj Kumar Ojha

Others

ବର୍ଷାର ଅନୁଭବ

ବର୍ଷାର ଅନୁଭବ

2 mins
179


ଜନମ ଲଭିଚ୍ଛୁ ଏହି ଧରାର,

କେତେ ଯେ ନୀର ଭଣ୍ଡାର ।

ଜଳୀୟ ଗ୍ରହଟି ପ୍ରମାଣିତ କରେ,

ଜଳକୁ କରୁ ଉଦ୍ଧାର  ।


ବରଷା ସକାଶୁଁ ପାଣି ପାଇଥାଉ,

କେତେ ଗୁରୁତର କଥା ।

ପଚାରିଲି ଦିନେ ବାଳୁତ ପିଲାକୁ,

ବରଷା ର ଅନୁଭବତା ।


କଳା ବାଦଲର ପହିଲି କଥାରୁ,

ଆରମ୍ଭ କରିଲା ସିଏ ।

ଘଡ଼ଘଡ଼ି ଶବ୍ଦ,ବିଜୁଳି ପ୍ରକଟ,

ଏହିପରି କିଛି ହୁଏ ।

                         

ବେଙ୍ଗ ରଡ଼ି ଶବ୍ଦ ଓଳିରୁ ପାଣି,                       

କାଗଜ ଡ଼ଙ୍ଗାର ଭସାଣି,

 ମାଛ ଧରା ଜାଲ ଧରନ୍ତି ଧିବର ,

 ନଦୀ ନାଳେ ପାଣି ଉଛୁଳିଲାଣି ।


ଗାଁ ରାସ୍ତା ଘାଟ ପାଣି କାଦୁଅ ର ଦୃଶ୍ୟ,

ଚାରଣ ଭୁଇଁ ର ସବୁଜ ବେଶ ।

ଚାଷୀ ମୁଣ୍ଡେ ଠେକା ଓ କାନ୍ଧେ ଲଙ୍ଗଳ,

ଚାଷ ଜମି ଦିଶେ ସରସ ।


  ପୋଖରୀରେ ଧଳା ନୀଳ କଇଁଫୁଲ,

  ଧାଡ଼ି ହୋଇ ମାର୍ଗେ ଶିବଙ୍କର ଭକ୍ତ ।

  ବମ୍ ବମ୍ ବୋଲେ ବମ୍ ନାରା ରେ,

ଦେଇ ଚାଲିଥା'ନ୍ତି ଅବିରତ ।


                  

ଆଷାଢ଼ରେ ରଥ ଯାତରା ସାଙ୍ଗକୁ,

ରାକ୍ଷୀ ପୂର୍ଣ୍ଣମୀ ର କଥା ।

ସ୍ୱାଧୀନତା ଦିବସ ପାଳନ ସହିତ,

ଖୁଦୁରକୁଣୀ ଓଷା ।


 ଆହୁରି କେତେଯେ ପରବ ନିହିତ,

 ବରଷା ଦିନରେ ଥାଏ,

 ଝଡ଼ ବର୍ଷା ହେଲେ ବନ୍ୟା ମାଡ଼ିଆସେ,

  କହିଲେ କଥା ନ ସରେ ।


ବାଲୁତର ଅନୁଭବତାକୁ ଶୁଣି,

ଲାଗିଲା ଭାରି ଆନନ୍ଦ,

କେତେ ଉପକାରେ ବରଷାର ଜଳ,

ସଭିଏଁ କରନ୍ତୁ ପସନ୍ଦ ।


Rate this content
Log in