STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବର୍ଷାର ଅଭାବ

ବର୍ଷାର ଅଭାବ

1 min
376

ବରଷା ଦିନରେ ବରଷା ହେଉନି 

ପଡି଼ଆ ଜମି ପଡି଼ଲା  

ମୁଣ୍ଡେ ହାତ ଥୋଇ ଚାଷୀ ବସିଲେଣି 

ହୃଦୟ ଦୁଃଖରେ କାନ୍ଦିଲା।୧


ବରଷକ ଯାକ ନିଜେ ଖାଇପିଇ

ଦେଶକୁ କେମିତି ଦେବ

ଚାଷୀର ତ ଯୋଗାଏ ସଭିଙ୍କୁ ଖାଇବା

ଏ ବରଷ ଇନ୍ଦ୍ରଦେବ।୨


କାହିଁକି କେଜାଣି କୋପ କରିଛନ୍ତି 

ବରଷା ହେଉନି ଭଲ

ଶୁଖିଲା ପଡ଼ିଆ ଚଉଦିଗେ ଆଜି

ହେଉଅଛି କଲବଲ।୩


ଜୀବନକୁ ଦିନେ ବାଜି ଲଗାଇଲୁ

ଯୋଗାଇବୁ ଦେଶ ପାଇଁ 

ଚାଷ କରମରେ ନିଜକୁ ହଜେଇ

ବଞ୍ଚିବୁ ଭବିଷ୍ୟ ନେଇ।୪


ଜଗତ କଲ୍ୟାଣ ଆଉ କରିବାକୁ

ଚାଷୀଙ୍କର ବଳ ନାହିଁ 

ବରଷା ବିହୁନେ ଅକରମା ପରି

ଜୀବନକୁ ନେବୁ ବୋହି।୫



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍