STORYMIRROR

Jyotirmoyee Mohanty

Others

4  

Jyotirmoyee Mohanty

Others

ବର୍ଷାହେଲେ ସ୍ସୁୁଲଝିଅ ଧରେନାହିଁ ଛତା

ବର୍ଷାହେଲେ ସ୍ସୁୁଲଝିଅ ଧରେନାହିଁ ଛତା

1 min
143

ବର୍ଷା ହେଲେ ଆଜିକାଲି 

ସ୍କୁଲଝିଅ ଧରେ ନାହିଁ ଛତା

ବାହାରକୁ ଦେଖାଯିବ ନାହିଁ 

କାଳେ ତା ମେକ୍ଅପ ବୋଳାମୁହଁ ।


ବର୍ଷାରେ ଭିଜିଲେ ଭିଜିବ ପଛେ 

ଦେଖାଗଲେ ଦେଖାଯାଉ ଭିଜାଦେହ

କାଶ, ସର୍ଦ୍ଦି,ଥଣ୍ଡା ଜ୍ବର ହେଲେ ହେଉ ପଛେ

ଖାଇବ ଔଷଧ,

ବର୍ଷା ହେଲେ ସ୍କୁଲ ଝିଅ ଆଉ ଧରେନାହିଁ ଛତା ।


ହଁ ଯଦିକେହି ଛତାଧରିଆସେ

ପଛେ ପଛେ ଆସେ

ଧିରେ ଧିରେ ଡାକେ

ଅଳ୍ପ ହସି ଟିକେ ଲାଜେଇ 

ଅନିଚ୍ଛାର ଅଭିନୟ କରି 

ଚାଲିଯାଏ ତା ଛତାତଳକୁ

ଗୋଟେ ଛତାତଳେ ରହି 

ଭିଜୁଥିଲେ ଭିଜୁଥାଉ ଅଧାଦେହ ପଛେ

ସ୍କୁଲ ଝିଅ ଆଜିକାଲି ଧରେନାହିଁ ଛତା।


ତାରକିବା ଦୋଷ

ପ୍ରଭବ ପରା ସିନେମା ଦୁନିଆ

ଖାଇବା, ପି ଇବା, ବେଶଭୂଷା ପରି 

ବର୍ଷାରେ ଭିଜିବା ଏକ ଫ୍ୟାସନର କଥା

ସ୍କଲଝିଅ କି ଆଉ ଧରିବ ସେଛତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍