STORYMIRROR

padmaja pati

Others

3  

padmaja pati

Others

ବର୍ଷାଧାର ମୁଁ

ବର୍ଷାଧାର ମୁଁ

1 min
548

ସତେକି ମୁଁ କା'ର ଆଖି ଲୁହଧାର ବୋହିଯାଏ ଅଜାଣତେ

ସାଉଁଟିବା ପାଇଁ ଯେତେ ଧୂଳି, ବାଲି ଜନମିଛି ଏ ମରତେ l

କାହାପାଇଁ ମୁଁ ଯେ ଅମୃତର ଧାର କାହାପାଇଁ ପୁଣି ବିଷ

ମୋତେ ପାଇ କିଏ ଆନନ୍ଦେ ଅଧୀର କିଏ ଛାଡେ ଦୀର୍ଘଶ୍ୱାସ l

ନାଳ ନର୍ଦ୍ଦମାଠୁ ଖାଲଖମା, ବଣ ସଭିଙ୍କୁ ଛୁଏଁ ସରାଗେ l

କଣ୍ଟା କିବା ଫୁଲ ଗାଁ କି ସହର ହସେ ମୋର ଅନୁରାଗେ l

ହୃଦ ପଛେ ଜଳେ ବିଦ୍ୟୁତ ଅନଳେ ଝରାଏ ଶୀତଳ ଧାରା

ଶାଗୁଆ ପଣତ କାନି ଧରିତ୍ରୀର ଦେଖି ହୁଏ ଆତ୍ମହରା l

ଯିଏ ଯାହା ଭାବୁ ନ ଥାଏ ଶୋଚନା ଅଟଳ, ଅଚଳ ମତି

ପର ଆପଣାର ଭେଦଭାବ ଭୁଲି ଫୁଲାଇ ଚାଲୁଛି ଛାତି l


Rate this content
Log in