STORYMIRROR

sushama Parija

Others

3  

sushama Parija

Others

ବର୍ଷା

ବର୍ଷା

2 mins
386


ବର୍ଷା ଆସେ ପୃଥବୀକୁ ବରବେଶ ହୋଇ

ଧୂଷର ରଙ୍ଗର ମେଘ ମେଦୁର ଆକାଶ ରେ 

 ମାଳ ମାଳ ଭସା ବାଦଲର ପାଲିଙ୍କିରେ ବସି,

ବାଣ ରୋଷଣୀର ଚମକରେ ଚତୁର୍ଦ୍ଦିଗ ଝଲସାଇ ,

ଅମାନିଆଁ ପବନ ଟା ଢାଳୁଥାଏ ଆଲଟ ଚାମର

ଏଇ ଅଳ୍ପ ଦିନ ତଳେ ଋତୁମତୀ ହୋଇଥିବା  

ବରପୂର୍ବା ଧରିତ୍ରୀ ସହିତ ଶୁଭପରିଣୟ ତା'ର ।

ସବୁଜ ରଙ୍ଗ ର ଶାଢୀ ପିନ୍ଧି ବସିଛି ଧରିତ୍ରୀ  

ନିଜକୁ ସଜ୍ଜିତ କରିଛି ଧବଳ ରଙ୍ଗର ଅନେକ ଫୁଲ ରେ,

ମେଞ୍ଚା ମେଞ୍ଚା ମଲ୍ଲୀ ର ଗଜରା ରେ ସଜାଇଛି କବରୀ,

ସୁନ୍ଦର କୃଷ୍ଣଚୂଡ଼ା ର ଲାଲ୍ ଓଢଣୀ ଟି ଟାଣିଛି ମଥାରେ, 

ମନରେ ପ୍ରିୟ ମିଳନର ଅଦମ୍ୟ ଲାଳସାକୁ ସାଇତି ରଖିଛି

ସମର୍ପଣର ଭାବନା ରେ ସାଜିଛି ରମ୍ୟା ଅଭିସାରିକା 

ଆମ୍ବ , ପଣସ ,ସପୁରୀ ଭଳି ନାନାଦି ରସାଳ ଫଳର ସମ୍ଭାର

ସଜାଡି ରଖିଛି ପ୍ରିୟ ର ମନ କୁ ଆହୁରି ରସମୟ କରିବା ଲାଗି 

ଭାବରେ ବିଭୋର ଧରିତ୍ରୀ ପିୟାସୀ ପ୍ରିତୀଲଗ୍ନା ସାଜିଛି ।

ବର୍ଷା ବୀର ଦର୍ପରେ ଦୋହଲି ଦୋହଲି ଆସୁଛି,  

ଆପଣା ପ୍ରେମରେ ଭିଜେଇ ଦେବ ଧରିତ୍ରୀ କୁ ,

ପ୍ରିତୀଲଗ୍ନା କରି ତା'ର ମିଳନ ର ତୃଷ୍ଣା ମେଣ୍ଟାଇଦେବ

ନିଜର ଅବାରିତ ପ୍ରେମଧାରାରେ ସୁଶୀତଳ କରିଦେବ

ଦାରୁଣ ନିଦାଘ ର ଯେତେ ସବୁ ଦଂଶନ ର ଜ୍ବାଳା,  

ତୃଷାର୍ତ୍ତ କଣ୍ଠରେ ତା'ର ଢାଳି ଦେବ ସ୍ନିଗ୍ଧ ବାରିଧାରା 

ପ୍ରିୟା ପାଇଁ ସାଥୀରେ ଆଣିଛି  ସେ ଅନେକ ପ୍ରତିଶ୍ରୁତି, 

ତା' ର ପ୍ରଣୟୀ ଆଖିରେ ଅଛି ଅମୃତର ଅସୁମାରୀ ସ୍ୱପ୍ନ 

ନିଜର ଅସୀମ ପ୍ରଣୟ ଫାଶ ରେ ବାନ୍ଧି ରଖିବ ପ୍ରିୟା ର ମନ,

ସଫଳ ମାତୃତ୍ବ ଦେଇ ବସୁମତୀ କୁ ରତ୍ନଗର୍ଭା କରିବ ,  

ସନ୍ତାନଙ୍କ ସୁପୋଷଣ ଲାଗି ଧରିତ୍ରୀ କୁ କରିଦେବ 

 ସୁଜଳା , ସୁଫଳା,ଶସ୍ୟ ଶ୍ୟାମଳା ଫଳ ପୁଷ୍ପ ପୂର୍ଣ୍ଣା

ସନ୍ତାନ ମାନଙ୍କୁ ପାଳନ ପୋଷଣ କରି ହେବ ସିଏ ଧନ୍ୟା ।


କିନ୍ତୁ .....  ପ୍ରକୃତି ର ହାୟ ଇଏ କି ବିଡମ୍ବନା ?

କିଏ ସେ ? ଯିଏ ହୀନବଳ ହୀନବୀର୍ଯ୍ୟ କରି ଦେଉଛି ବର୍ଷାକୁ

ଯେତେ ଚାହିଁଲେ ବି ସଂପୂର୍ଣ୍ଣ ଭିଜେଇ ପାରୁନି ସେ

ଧରିତ୍ରୀକୁ ,

କାହିଁକି ବର୍ଷା କରି ପାରୁନି ଧରିତ୍ରୀ କୁ ତା' ପ୍ରେମରେ ରତ୍ନଗର୍ଭା ?

ଧରିତ୍ରୀ ଅତୃପ୍ତ ଜ୍ବାଳା ରେ କମ୍ପୁଛି , କେବେ ବର୍ଷା କୁ ଫିଙ୍ଗି ଦେଉଛି 

ଭୟଙ୍କର ବନ୍ୟା କରି ତ କେତେବେଳେ ନିଜ କୁ ବିଦାରିତ କରୁଛି

ଶୁଖିଲା ଅଭିମାନରେ, ଗର୍ଭସ୍ଥ ଭ୍ରୁଣ ମାନେ ବି କ୍ଷୁଧା ତୃଷାରେ ଆକୁଳିତ 

ଜଳବିନା ଚାରିଆଡେ ହାହାକାର, ଭ୍ରୁଣ ସବୁ କରାଳ ମୃତ୍ୟୁର କବଳିତ ।

ସକେଇ କାନ୍ଦୁଛି ଧରିତ୍ରୀ, ବର୍ଷା ବି ଅସହାୟତା ର ଦୀର୍ଘ ଶ୍ଵାସ ଛାଡୁଛି ,

କାରଣ ଖୋଜୁଛନ୍ତି ଦିହେଁ ମିଶି, କାହିଁକି ? କାହିଁକି ପ୍ରକୃତି ର ଏଇ ଆକ୍ରୋଶ ?

ଧରିତ୍ରୀ କହୁଛି '' ମୋ ସନ୍ତାନ ମାନେ ପ୍ରକୃତି ର ବିରୋଧ ରେ ଗଲେ ,

ସେଥିଲାଗି କ'ଣ ସେମାନଙ୍କୁ ଦଣ୍ଡ ଦେବାଲାଗି ପ୍ରକୃତିର ଏ ନିଷ୍ଠୁର ପ୍ରୟାସ ?''

ସ୍ୱଗତୋକ୍ତି କରୁଛି ବର୍ଷା '' ବୋଧହୁଏ ତାହା ହିଁ ସତ୍ୟ , ଏହା ହିଁ ନିର୍ଯ୍ୟାସ 

ଦ୍ଵିତୀୟ ଈଶ୍ବର ହେବାକୁ ଚେଷ୍ଟିତ ମଣିଷଙ୍କର ଅତ୍ୟାଚାର ରେ ଅତିଷ୍ଠ 

ପ୍ରକୃତି ମାତାର ଇଏ କ୍ଷୁବ୍ଧ ପ୍ରତିବାଦ , ଭବିଷ୍ୟତ ପାଇଁ ଅନୁଶାସନର ଛାଟ ।।


Rate this content
Log in